ମୋ ବସ୍ ଯାତ୍ରୀଙ୍କୁ ଠୁ ଲୁଟୁଥିଲେ , ଏବେ ବନ୍ଧା ହେଲେ ୩ ମହିଳା
ଭୁବନେଶ୍ୱର : ଗିରଫ ହେଲେ ଭୁବନେଶ୍ୱର ରେ ମୋ ବସରୁ ଲୁଟ୍ କରୁଥିବା ମହିଳା ଗ୍ୟାଙ୍ଗ । ଛତିଶଗଡ଼ର ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ସେମାନଙ୍କ ନିକଟରୁ ୨୩ ହଜାର ଟଙ୍କା ଜବତ ହୋଇଛି । ଗିରଫ ମହିଳା ମାନେ ହେଲେ ଛାୟା ପାତ୍ର, ଲତା ସେଣ୍ଡେ ଓ ଉଜ୍ଜଳ ପତ୍ରୀ ହୋଇଥିବା ବେଳେ ସେମାନଙ୍କ ଘର ରାୟପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅଭଯୋଗ ଆଧାରରେ ନୟାପଲ୍ଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ବେଳେ ବେଳେ ରାଜ୍ୟ ବାହାରର ଚୋରଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ସେମାନେ ଗୋଟିଏ ଗ୍ରୁପ୍ କରି ମୋ ବସରେ ଭିଡ଼ କରନ୍ତି । ଏହାର ଫାଇଦା ନେଇ ଯାତ୍ରୀଙ୍କର ମୋବାଇଲ ଓ ଟଙ୍କା ଧରି ଓହ୍ଲାଇ ଯାଆନ୍ତି । ଗିରଫ ହୋଇଥିବା ମହିଳା ମାନେ ତଦନ୍ତ ବେଳେ ପୁଲିସ ଆଗରେ ସବୁ ସତ ମାନିଛନ୍ତି ।
ସୁଚନାନୁସାରେ ମୋ ବସରୁ ଲୁଟ ନେଇ ଗତକାଲି ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡସ୍ଥିତ ମୋ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ ।

ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୁଲିସ । ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏମାନେ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜାଣିବାକୁ ପାଇଛି ପୁଲିସ ।












Click it and Unblock the Notifications