ଖଲ୍ଲିକୋଟ ହତ୍ୟା ଘଟଣାରେ ଗିରଫ ହେଲେ ଆଉ ଦୁଇ, ଗିରଫ ସଂଖ୍ୟା ପହଁଞ୍ଚିଲା ୧୧ରେ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ରାତିରେ ପୋଷ୍ଟର ମରାକୁ ନେଇ ଘଟିଥିବା ରାଜନୈତିକ ହିଂସା ଓ ହତ୍ୟା ଘଟଣାର ପୁଣି ଦୁଇ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ । ଉଭୟଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ ପରେ ଏସ୍ଆଇଟି ଟିମ୍କୁ ହସ୍ତାନ୍ତର କରିଛି ।

ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି । ଏହି ଘଟଣାରେ ପୂର୍ବରୁ ୯ ଜଣ ଗିରଫ ହୋଇଛନ୍ତି । ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଚଳିତ ମାସ ୧୫ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ଜଗମୋହନ ମୀନା ।












Click it and Unblock the Notifications