ସମ୍ବଲପୁର ପୋଲିସକୁ ବଡ଼ ସଫଳତା ଅଧ କେଜି ସୁନା ଜବତ, ୧୦ ଗିରଫ
ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ସମ୍ବଲପୁର ପୁଲିସ। ସହରେ ଚାଲିଥିଲା ଆନ୍ତଃରାଜ୍ୟ ଡକାୟତଙ୍କ ରାଜ୍। ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘାଟଣାରେ ପୋଲିସ ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ।
ତେବେ ଏହି ଡକାୟତ ମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତ କରି କରିଥିବା ଜଣାପଡ଼ିଛି । ପୋଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ସେହିପରି ୨ଟି ବୋଲେରୋ ଗାଡ଼ି, ୨ଟି ଟ୍ରାକ୍ଟର ଓ ୪ଟି ମୋଟର ସାଇକେଲ୍ ଜବତ କରାଯାଇଛି।

ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡକାୟତ ଗ୍ୟାଙ୍ଗଠାରୁ ଜବତ ହୋଇଥିବ ସାମଗ୍ରୀର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ। ଏହି ଗ୍ୟାଙ୍ଗ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି ଚଳାଇଥିଲେ। ଏମାନଙ୍କ ଟାର୍ଗେଟରେ ରାଇସ ମିଲ୍, ପେଟ୍ରୋଲ ପମ୍ପ ଓ ଦେଶୀ ମଦ ଭାଟି ଥିଲା। ଅଭିଯୁକ୍ତଙ୍କ ନାଁରେ ସମ୍ବଲପୁର ସମେତ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି।












Click it and Unblock the Notifications