ବିଷାକ୍ତ ମଦ ନେଲା ଜୀବନ; ୨୦ ଲକ୍ଷ ଦାବିରେ ରାସ୍ତାରୋକ; ମଦ ମାଫିଆଙ୍କ ସମେତ ୭ ଗିରଫ

ବିଷାକ୍ତ ମଦ ନେଲା ଜୀବନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜେନାପୁର ଅଞ୍ଚଳର ଜୁର ବେହେରା ବୋଲି ଜଣାଯାଇଛି । ଏବେବି ଆଇସିୟୁରେ ଆଉ ୨ ଜଣ ଭର୍ତ୍ତି ଅଛନ୍ତି। ମୋଟ୍ ୧୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି ।

ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି ।

poisoned wine

ଚିକିଟି ଅଞ୍ଚଳରେ ପ୍ରାୟ ୩ ବର୍ଷ ହେବ ଚୋରାରେ ମଦ କାରବାର ଚାଲିଥିବା ବେଳେ ପ୍ରଶାସନ, ପୁଲିସ୍‌ ତଥା ଅବକାରୀ ବିଭାଗ କିପରି ଜାଣି ପାରୁ ନ ଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି। ସରକାରୀ ରେଟ୍‌ଠୁ କମ୍‌ ଦାମରେ ମଦ ମିଳୁଥିବାରୁ ଗ୍ରାମାଞ୍ଚଳ ଲୋକେ ଏହାକୁ ଅଧିକ ପସନ୍ଦ କରୁଥିଲେ। ଫଳରେ ଆଜି ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ଅକାଳରେ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଆହୁରି ୧୫ ଜଣ ମେଡିକାଲ ବେଡରେ ଛଟପଟ ହେଉଛନ୍ତି।

ଏହି ମଦରେ ବିଷାକ୍ତ ଦ୍ରବ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି। କେଉଁ ପରିସ୍ଥତିରେ ଏହି ଘଟଣା ଘଟିଛି ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+