PM Odisha Visit: ସମ୍ବଲପୁରରେ କ'ଣ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ? ଜାଣନ୍ତୁ
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଫେବ୍ରୁଆରୀ ୩ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ ।
ସମ୍ବଲପୁରରେ କ'ଣ କରିବେ ମୋଦୀ ?
ଦେଶର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁରୂପ ଓଡ଼ିଶାର ସମ୍ବଲପୁରରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଶକ୍ତି କ୍ଷେତ୍ରର ଉନ୍ନତି ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ପ୍ରତି ସମର୍ପଣ ଓ ଶିଳାନ୍ୟାସ କରାଯିବ।
ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ (ଜେଏଚବିଡିପିଏଲ୍)ର 'ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ୍' (୪୧୨ କିଲୋମିଟର)'କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। 'ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା' ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ । ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର 'ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ' (୬୯୨ କିଲୋମିଟର)'ର ଶିଳାନ୍ୟାସ କରିବେ । ୨୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାକୃତିକ ବାଷ୍ପ ଉପଲବ୍ଧତାରେ ଉନ୍ନତି ଆଣିବ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨×୮୦୦ ମେଗାୱାଟ୍) ଏବଂ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ସେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍-୩ (୨×୬୬୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଏହି ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଯୋଗାଣ କରିବ।
ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲସି) ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସୁଦୃଢ଼ କରିବା ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବିଶ୍ୱସନୀୟ, ସୁଲଭ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଶକ୍ତି ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ସଡ଼କ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯେଉଁଥିରେ ଦକ୍ଷିଣ ଏସିଆ ଉପଆଞ୍ଚଳିକ ଅର୍ଥନୈତିକ ସହଯୋଗ (ସାସେକ) କରିଡର କନେକ୍ଟିଭିଟିର ଅଂଶ ଭାବରେ ୩୮ଟି ପୋଲ ସମେତ ୪୩ଟି ରାସ୍ତାର ଉନ୍ନତିକରଣ କରାଯିବ । ଦୋଳବାରୀରୁ ଜାମୁଗୁଡ଼ି ଏବଂ ବିଶ୍ୱନାଥ ଚାରିଆଳିରୁ ଗୋହପୁର ଭଳି ଦୁଇଟି ୪ ଲେନ୍ ବିଶିଷ୍ଟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପଗୁଡ଼ିକ ଇଟାନଗରକୁ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଏହି ଅଞ୍ଚଳର କ୍ରୀଡ଼ା ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିବେ। ଚନ୍ଦ୍ରପୁରରେ ଏକ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଷ୍ଟାଡିୟମ ଏବଂ ନେହରୁ ଷ୍ଟାଡିୟମକୁ ଫିଫା ମାନଦଣ୍ଡ ଫୁଟବଲ ଷ୍ଟାଡିୟମ ଭାବରେ ଉନ୍ନତିକରଣ କରିବା ଏହି ପ୍ରକଳ୍ପ ଗୁଡିକ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ ଶିଳାନ୍ୟାସ କରିବେ । ଏହାବ୍ୟତୀତ କରିମଗଞ୍ଜରେ ଏକ ମେଡିକାଲ କଲେଜର ବିକାଶ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ।












Click it and Unblock the Notifications