ଓଡ଼ିଶାରେ ଧିମେଇ ଯାଇଛି ପିଏମ୍ ସୂର୍ଯ୍ୟ ଘର ଯୋଜନା;ଉପ ମୁଖ୍ୟମନ୍ତ୍ରୀ
ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । କହିଲେ , ଓଡ଼ିଶାରେ ପିଏମ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଇଛି। ଯୋଜନାକୁ ନେଇ ଆହୁରି ଅଧିକ ସଚେତନ କରାଯିବ । ଟାର୍ଗେଟ ୩ ଲକ୍ଷ ଦିଆଯାଇଥିବା ବେଳେ ହୋଇଛି ମାତ୍ର ୨୦ ହଜାର। ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଡ଼ା ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ଏଣିକି ପ୍ରତି ମାସରେ ଯୋଜନାର ଅଗ୍ରଗତି ନେଇ ବିତରକ କମ୍ପାନିମାନଙ୍କ ସହ ସମୀକ୍ଷା କରାଯିବ। ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ବିଲ କଲେକ୍ସନ କରୁଥିବା କର୍ମଚାରୀ ଆୱାରନେସ କରେଇବେ। ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନିମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications