ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଭାଷଣ। ଓଡ଼ିଶା ପାଇଁ ଆଜି ଗୌରବମୟ ମୁହୂର୍ତ୍ତ ।
ମୋଦିଙ୍କ ପାଇଁ ଦେଶ ଆଜି ପୂରା ସୁରକ୍ଷିତ। ଦେଶ ଆଜି ବିଶ୍ବର ଚତୁର୍ଥ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳି ସାରିଛି।
ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି। ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଛି। ୧୭ ଲକ୍ଷ 'ଲକ୍ଷପତି ଦିଦି' ସୃଷ୍ଟି କରିପାରିଛୁ।
ଲକ୍ଷପତି ଦିଦି' ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛୁ। ଚାଷୀଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରିଛୁ। ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ।

୨୮ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ। ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିଜନ ଡକ୍ୟୁମେଣ୍ଟ ୨୦୩୬ ମଧ୍ୟ ପ୍ରସ୍ତୁତ କରି ସାରିଛୁ । ୨୦୩୬ ପାଇଁ ୩୬ଟି ପ୍ରମୁଖ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇ ସାରିଛୁ । ଆପଣଙ୍କ ମାର୍ଗଦର୍ଶନରେ ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ ହେବାକୁ ଯାଉଛି।












Click it and Unblock the Notifications