Get Updates
Get notified of breaking news, exclusive insights, and must-see stories!

ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଓଡ଼ିଶାର ହିରୋଦ ପଟେଲଙ୍କ ଚାଷ ପ୍ରଣାଳୀକୁ ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଭବିଷ୍ୟତରେ ଏ.ଆଇ'ର ବ୍ୟବହାର ନେଇ ମାର୍ଗ ସ୍ଥିର କରିଛି। ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ରାଷ୍ଟ୍ରୀୟ ନେତା, ଶିଳ୍ପୋଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପ୍‍ କ୍ଷେତ୍ର ସହିତ ଜଡ଼ିତ ଲୋକ ଏହି ସମ୍ମିଳନୀରେ ଏକତ୍ରୀତ ହୋଇଥିଲେ। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ଭାରତ ପ୍ରାଚୀନ ଗ୍ରନ୍ଥ, ପାଣ୍ଡୁଲିପି ଏବଂ ତଥ୍ୟ ସଂରକ୍ଷଣରେ ଗ୍ରହଣ କରିଥିବା ପଦକ୍ଷେପକୁ ବିଭିନ୍ନ ରାଷ୍ଟ୍ର ସ୍ୱାଗତ କରିଛନ୍ତି।

ଏ.ଆଇ. ପ୍ରଦର୍ଶନୀରେ ଅମୁଲର ପ୍ରଦର୍ଶନୀ ମଣ୍ଡପ ଏବଂ ସୁଶ୍ରୁତ ସଂହିତା ସମ୍ପର୍କିତ ବିବରଣୀ ଉପସ୍ଥାପନ ବିଶ୍ୱ ନେତୃବୃନ୍ଦଙ୍କୁ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର କ୍ଷମତାକୁ ସମ୍ପୂର୍ଣ୍ଣ ବିଶ୍ୱଜାଣିବାକୁ ପାଇଛି। ଏହି ସମ୍ମିଳନୀ ଅବସରରେ ଭାରତ ଆରମ୍ଭ କରିଥିବା ତିନୋଟି ମେକ୍‍ ଇନ୍‍ ଇଣ୍ଡିଆ ଏ.ଆଇ. ମଡେଲ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଚାଷୀ ଏବେ ଉତ୍ପାଦନ ସହିତ ଗୁଣବତ୍ତା, ମୂଲ୍ୟ ଶୃଙ୍ଖଳ ଏବଂ ନୂତନ ବଜାର ଉପରେ ଧ୍ୟାନ ଦେଉଛନ୍ତି। ଓଡ଼ିଶାର ହିରୋଦ ପଟେଲଙ୍କ ଚାଷ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି, ଜମିର ଉଚିତ ବ୍ୟବହାର, ଜଳସଞ୍ଚୟ ଏବଂ ଅତିରିକ୍ତ ଆୟ ସମ୍ଭାବନାକୁ ସେ ସାକାର କରିପାରିଛନ୍ତି। ଶ୍ରୀ ପଟେଲ ତାଙ୍କ ଫାର୍ମର ପୋଖରୀ ଉପରେ ଏକ ଦୃଢ଼ ଜାଲି ଗଠନ କରି ସେଥିରେ ଲତା, ପନିପରିବା ଚାଷ କରିଛନ୍ତି।

pm modi

ପୋଖରୀର ଚାରି ପାଖରେ କଦଳୀ, ଗୁଆ ଏବଂ ନଡ଼ିଆଗଛ ଲଗାଇବା ସହ ପୋଖରୀରେ ମାଛ ଚାଷ କରୁଛନ୍ତି। ଦୂରଦୂରାନ୍ତରୁ ଚାଷୀମାନେ ତାଙ୍କର ଏହି ପ୍ରୟାସକୁ ଗ୍ରହଣ କରିବା ପାଇଁ ଫାର୍ମ ହାଉସ୍‍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କେରଳ ତଥା ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ କୃଷି ଉତ୍ପାଦ ଉପରେ ଆଲୋକପାତ କରିଛନ୍ତି। ଏହି ଉତ୍ପାଦ ଏବେ ଆକାଶପଥରେ ସହଜରେ ବିଦେଶରେ ପହଁଞ୍ôଚପାରୁଛି।

ଶ୍ରୀ ମୋଦୀ' କୃଷି ଉତ୍ପାଦ ଗୁଡ଼ିକର ସ୍ୱାଦ, ଗୁଣବତ୍ତା ଏବଂ ଜି.ଆଇ. ଟ୍ୟାଗ୍‍ ଉପରେ ଆଲୋକପାତ କରିଛନ୍ତି। ଡିଜିଟାଲ ଠକେଇ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। କେ.ୱାଇ.ସି. କିମ୍ବା ପୁନଃ କେ.ୱାଇ.ସି. କେବଳ ବ୍ୟାଙ୍କ ଶାଖା, ସରକାରୀ ଆପ୍‍ ଏବଂ ନିର୍ଦ୍ଧାରିତ ମାଧ୍ୟମରେ ବ୍ୟବହାର କରାଯିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓ.ଟି.ପି. ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ସୂଚନା ଅନ୍ୟ କାହାକୁ ପ୍ରଦାନ ନକରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ପ୍ରତି ଏକ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏଭଳି ଅଭିଯାନ ବର୍ଷ ବ୍ୟାପୀ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ମୋଦୀ ଅଙ୍ଗଦାନ ସମ୍ପର୍କରେ ଆଲୋକପାତ କରି ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ଚିକିତ୍ସା ଗବେଷଣା କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ରାଜାଜୀ ଉତ୍ସବ ପାଳନ ହେବାକୁ ଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ପ୍ରାଙ୍ଗଣରେ ସି.ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଜାରି ରହିବା ସହ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀ ମୋଦୀ ସୂଚନା ପ୍ରଦାନ କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ ନ ହୋଇ ଆନ୍ତରିକତା ଓ ମାନସିକ ଦୃଢ଼ତାର ସହ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିଶ୍ରମର ମୂଲ୍ୟ କେବଳ ମାର୍କସିଟ୍‍ରେ ନିର୍ଦ୍ଧାରିତ ହୁଏ ନାହିଁ ବରଂ ଆତ୍ମବିଶ୍ୱାସ ହିଁ ଛାତ୍ରଛାତ୍ରୀଙ୍କୁ ସଫଳତାର ନୂତନ ଶିଖରରେ ପହଁଞ୍ଚାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି। ରମଜାନ୍‍ ଏବଂ ହୋଲି ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଭୋକାଲା ଫର୍‍ ଲୋକାଲ ଦୃଷ୍ଟିକୋଣକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+