ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ଲାଗି ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଆଇଆଇଏମ୍ କାର୍ଯ୍ୟକ୍ରମ ସହ କିଛି ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟକ୍ରମ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଛି 'ନମୋ ନବ ମତଦାତା ସମ୍ମିଳନୀ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ୨୫୦ଟି ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ।
ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ସାମିଲ ହୋଇଛନ୍ତି । ନୂତନ ମତଦାତା ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଭୋଟର ୨୦୪୭ ବିକଶିତ ଭାରତ ଗଠନର ନେତୃତ୍ୱ ନେବେ ।
ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିଛନ୍ତି ମୋଦୀ । ବିଜେପିର ଲକ୍ଷ୍ୟ ରହିଛି ଏହା ଜରିଆରେ ୧କୋଟି ମତଦାତାଙ୍କୁ ନିଜ ସହ ଯୋଡିବା ।
ଏଠାରେ ସୂଚାଇ ଦିଆଯାଇପାରେ କି ରାଷ୍ଟ୍ରୀୟ ମତଦାତା ଦିବସର ଆରମ୍ଭ ୨୦୧୧ରେ ହୋଇଥିଲା କିନ୍ତୁ ଚଳିତ ବର୍ଷ ଏହା ଏତେ ବଡ ଆକାରରେ ଆୟୋଜନ କରାଯାଉଛି ।
୨୦୨୪ ନିର୍ବାଚନରେ ପ୍ରାୟ ୭ କୋଟି ମତଦାତା ପ୍ରଥମ ଥର ମତଦାନ କରିବେ । ବିଜେପି ଏହି ଯୁବା ଭୋଟର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ କରୁଛି ଓ ଏହି କାରଣରୁ ଆଜି ଏତେବଡ ଆୟୋଜନ କରାଯାଇଛି ।












Click it and Unblock the Notifications