ମନ କି ବାତରେ ପୁରୀ ରଥଯାତ୍ରା, କିଛି ଏଭଳି କହିଲେ ପ୍ରଧାନମନ୍ତ୍ରୀ ମୋଦି
Ratha Yatra 2023: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ମନ୍ କି ବାତ୍ କାର୍ଯକ୍ରମର ଆଜି ୧୦୨ତମ ସଂସ୍କରଣରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଛନ୍ତି ପ୍ରଧାନମନ୍ତ୍ରୀ ।
କହିରଖୁ କି, ଚଳିତ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ 'ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ ଏତିକି କାମନା କରୁଛି । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା' ।

ସେପଟେ, ତିନି ରଥର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଶନିବାର ଦିନ ଜଳଯନ୍ତ୍ରରେ ପାର୍ଶ୍ବ ଦେବାଦେବୀ ଓ ଶିଖର ଡମ୍ବରୁ ଲାଗିବା ଶେଷ ହୋଇଛି । କେବଳ ପ୍ରଭା ଲାଗିବା ବାକି ଥିବା ବେଳେ ଏହାର ରଙ୍ଗ କାର୍ଯ୍ୟ ଜାରି ରହିଛି । ସିଂହଦ୍ବାର ଚକଡ଼ାରେ ତିନି ରଥ ପହଁଞ୍ଚିବା ପରେ ତିନି ସାରଥୀଙ୍କୁ ରଥ ଉପରକୁ ନିଆଯିବ । ଅନ୍ୟପଟେ ଶନିବାର ଦିନ ଠାରୁ ତିନି ରଥର କନାମଣ୍ତଣି ଆରମ୍ଭ ହୋଇଛି । କୋଠ ସୁଆଁସିଆମାନଙ୍କ ଦ୍ବାରା କନାମଣ୍ତଣି କାର୍ଯ୍ୟର ଆଜି ଅନୁକୂଳ ହୋଇଛି । ଦରଜି ସେବକମାନେ ତିନି ରଥର କନା ତିଆରି ଶେଷ କରି ଦେବା ପରେ କୋଠ ସୁଆଁସିଆମାନେ ଆଜି ତିନି ରଥର ଦୁଆର ବେଢାରେ କନା ପକାଇଛନ୍ତି । ଶ୍ରୀଗୁଣ୍ତିଚା ଯାତ୍ରା ପୂର୍ବରୁ ସମସ୍ତ କନା କାମ ଶେଷ ହେବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications