ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିକଶିତ ଭାରତର ଚିତ୍ର
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ-ମୁମ୍ବାଇ ଏକ୍ସେପ୍ରେସୱେର ଦିଲ୍ଲୀ ଦୌସା-ଲାଲସୋଟର ପ୍ରଥମ ଭାଗକୁ ଉଦଘାଟନ କରିଛନ୍ତି । ଦୌସାରୁ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପରେ ପିଏମ ମୋଦି ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ । ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ଗତ ୯ ବର୍ଷ ଧରି ଏହି ଭିତ୍ତିଭୂମି ପାଇଁ ସରକାର ବହୁ ବିନିଯୋଗ କରିଛି । ରାଜସ୍ଥାନ ଏହି ବିନିଯୋଗର ବିପୁଳ ଲାଭ ପାଇବା ପାଇଁ ଯାଉଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ମୁଁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରୁଥିବାରୁ ଅତ୍ୟନ୍ତ ଗର୍ବିତ । ଏହା ଦେଶର ସବୁଠାରୁ ବଡ଼ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ । ବିକଶିତ ଭାରତର ଏହା ଏକ ଚିତ୍ର '। ଏହା ସହିତ ଦୌସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ଚଳିତ ବର୍ଷର ବଜେଟରେ ଦେଶର ଭତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୨୦୧୪ ତୁଳନାରେ ଏହି ରାଶି ପାଞ୍ଚଗୁଣ ଅଧିକ । ଏହି ବିନିଯୋଗରେ ରାଜସ୍ଥାନ ବହୁତ ଲାଭବାନ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶର ପ୍ରଗତି ହେଉଛି-ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଦେଶରେ ୧୮.୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ଅବସରରେ ମୋଦୀ କହିଛନ୍ତି, ଦେଶରେ ଯେତେବେଳେ ଏପରି ଆଧୁନିକ ସଡ଼କ, ଆଧୁନିକ ରେଳ ଷ୍ଟେସନ, ରେଳ ଟ୍ରାକ୍, ମେଟ୍ରୋ, ବିମାନବନ୍ଦର ନିର୍ମାଣ ହୁଏ ସେତେବେଳେ ଦେଶର ପ୍ରଗତି ହୋଇଥାଏ । କେନ୍ଦ୍ର ସରକାର ମଧ୍ୟ ନିରନ୍ତର ଭିତ୍ତିଭୂମି ଉପରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି ।
ଭାରତର ଦୀର୍ଘତମ ଏକ୍ସପ୍ରେସୱେ
୨୪୬ କୋଲୋମିଟର ପରିବାାପ୍ତ ଏବଂ ୧୨.୧୫୦କୋଟିରୁ ଅଧିକ ଟଙ୍କା ବ୍ୟୟରେ ନର୍ମିତ ହୋଇଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏକ ଆଠ ଲେନ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ ହେବ । ଯାହା ଭବିଷ୍ୟତରେ ୧୨ ଲେନକୁ ବିସ୍ତାର ହୋଇପାରିବ । ୨.୧୫,୦୦ ହେକ୍ଟର ଜମି ପାଞ୍ଚଟି ରାଜ୍ୟ- ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଅଧିଗ୍ରହଣ ହୋଇଛି । ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ୍ସପ୍ରେସୱେରେ ୯୪ଟି ରାସ୍ତା ସୁବିଧା ରହିବ । ଏକ୍ସପ୍ରେସୱେରେ ୪୦+ ପ୍ରମୁଖ ଅଦଳବଦଳ ହେବ ଯାହା କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ସହିତ ସଂଯୋଗ ପ୍ରମାଣ କରିବ ।
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଆକ୍ସେସ୍ ନିୟନ୍ତ୍ରିତ ଆର୍ଥାତ୍ ରାଜପଥ ମଝିରେ କେହି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇପାରିବେ ନାହିଁ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏସିଆର ପ୍ରଥମ ଏକ୍ସପ୍ରେସୱେ ଏବଂ ଦୁନିଆରେ ଦ୍ୱିତୀୟ, ଯେଉଁଠାରେ ବନ୍ୟଜନ୍ତୁଙ୍କ ପାଇଁ ଓଭରବ୍ରିଜ୍ ସୁବିଧା ଯୋଗାଇ ଦିଆଯାଇଛି












Click it and Unblock the Notifications