ଓଡ଼ିଶାରେ ପ୍ରଚାର କରିବେ ମୋଦି, ଶାହା ଓ ଯୋଗୀ
ଭୁବନେଶ୍ୱର: ଦେଶରେ ବର୍ତ୍ତମାନ ରାଜନୈତିକ ମାହୋଲ ରହିଛି ବେସ ସରଗରମ । ଏପ୍ରିଲ ୧୯ରେ ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଲାଗି ଏବେ ଶାସକ ହୁଅନ୍ତୁ ଅବା ବିରୋଧୀ ସମସ୍ତେ କରୁଛନ୍ତି ଯୋଜଦାର ପ୍ରଚାର । ବର୍ତ୍ତମାନ ଗ୍ରାଉଣ୍ଡ ସ୍ତରରେ ଏବେ ପ୍ରଚାର ଜୋରଦାର କରୁଛନ୍ତି ସବୁ ଦଳର ନେତା ଓ କର୍ମୀ । ଆଉ ଏହାରି ଭିତରେ ଓଡ଼ିଶାର ନିର୍ବାଚନୀ ମାହୋଲକୁ ନେଇ ଆସିଛି ଆଉ ଏକ ବଡ଼ ଖବର ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପିର୍ବାଜନୀ ପ୍ରଚାର କରିବା ଲାଗି ଓଡ଼ିଶା ଗସ୍ତରେ ଆସିବେ । ବିଶେଷକରି ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ପ୍ରଚାର କରିବେ ବୋଲି ଆଶା କରାଯାଉଛି ।
କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ମହଙ୍ଗା ଠାରେ ଆୟୋଜିତ ପାର୍ଟି ବୈଠକରେ ଏହି ସୂଚନା ଦେଇ ଭାରତୀୟ ଜନତା ପାର୍ଟିର ବିଜେପି ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୨ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ୱସର୍ମା ଓଡ଼ିଶା ଆସି ୫ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ଭୋଧିତ କରିବେ ।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କେନ୍ଦ୍ରାପଡା ଲୋକସଭା ଆସନ ଅଧୀନରେ ଥିବା ୭ ଟି ବିଧାୟକ ଆସନ ବୁଲି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ବୈଜୟନ୍ତ ମହଙ୍ଗାଠାରେ ଏକ ପାର୍ଟି ବୈଠକକୁ ସମ୍ବୋଧିତ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନିର୍ବାଚନରେ ୪୦୦ ଆସନ ପାର ହେବା ଲକ୍ଷ୍ୟରେ ବିଜେପିକୁ ଭୋଟ୍ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ବୈଜୟନ୍ତ ।
ଓଡ଼ିଶାରେ ଏକା ସଙ୍ଗରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ୧୩, ୨୦, ୨୫ ମେ ଏବଂ ୧ ଜୁନ୍ ରେ ୪ ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ କରାଯିବ । ଆଉ ଜୁନ୍ ୪ରେ ଭୋଟ୍ ଗଣନା କରାଯିବ ।












Click it and Unblock the Notifications