ମୋଦିଙ୍କ ସ୍ବାଗତ ପାଇଁ ଶେଷ; ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପିଏମ୍

ଆଉ ଦିନକ ପରେ ଓଡ଼ିଶା ଆସୁଛନ୍ତି ପିଏମ୍ ନରେନ୍ଦ୍ର ମୋଦି। ମୋଦିଙ୍କ ସ୍ବାଗତ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ ହୋଇଥିବା ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପିଏମ୍ ।

PM to launch various schemes

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୁରକ୍ଷାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱାଗତ, ପ୍ରତ୍ୟାବର୍ତ୍ତନ ସମୟରେ ସମ୍ବର୍ଦ୍ଧନା, ଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେ ସାମୟିକ ରହଣି ପାଇଁ ରାଜଭବନରେ ବ୍ୟବସ୍ଥା ବାବଦରେ ଆଲୋଚନା ହୋଇଛି । ପୋଲିସ ଡିଜି ସାମଗ୍ରିକ ଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖରେ ରହିବେ । ଭୁବନେଶ୍ୱର ଅଞ୍ଚଳରେ କମିଶନରେଟ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ବିମାନ ଅବତରଣ ସ୍ଥଳରୁ କାର୍ଯ୍ୟକ୍ରମ ସ୍ଥଳ ଓ ପଥରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ସବୁ ସ୍ଥାନରେ ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା ରହିବ ।

ବୈଠକରେ ଅଗ୍ନିଶମ ସେବା ବିଭାଗ ତରଫରୁ ଆନୁଷଙ୍ଗିକ ପ୍ରସ୍ତୁତି, ପ୍ରେସ ସମନ୍ୱୟ, ଡିସିପିଙ୍କ ପକ୍ଷରୁ କାରକେଡ ପ୍ଲାନ, ସ୍ୱାସ୍ଥ୍ୟ ଓ ମେଡିକାଲ କେୟାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ସଭାମଞ୍ଚ ପ୍ରସ୍ତୁତି, ଆବଶ୍ୟକ ପାସ ବ୍ୟବସ୍ଥା, ଗଣମାଧ୍ୟମରେ ପ୍ରଚାର ପ୍ରସାର, କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ ସୁବିଧା କରାଯିବ । ଅତିରିକ୍ତ ଶାସନ ସଚିବ, ଗୃହଙ୍କ ତତ୍ୱାବଧାନରେ ସବୁଥର ଭଳି ଏଥର ମଧ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ ।

କେଉଁ କେଉଁ ଛକରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ?
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସ୍ୱାଗତ ଉଦ୍ଦେଶ୍ୟରେ ବିମାନ ବନ୍ଦରରୁ ଏଜି ଛକ ଦେଇ ରାଜଭବନ ଗୃହ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ବିହାର ଛକ, ଜନତା ମୈଦାନ ମଧ୍ୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ମଞ୍ଚ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ଥିବାରୁ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା ନେଇ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜ୍ୟ ପୋଲିସ ପ୍ରଶାସନର ବରି​‌ଷ୍ଠ ପଦାଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+