ଭୁବନେଶ୍ୱରରେ ଆରମ୍ଭ ହେଲା ରୋଡ୍ ସୋ'

PM Modi: ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ' । ମୋଦୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ସାମିଲ ଅଛନ୍ତି । ମୋଦୀଙ୍କ ମେଗା ରୋଡ୍ ସୋ'ମାଷ୍ଟରକ୍ୟାଣ୍ଟିନ ଛକରୁ ଆରମ୍ଭ ହୋଇ ବାଣୀବିହାରରେ ଶେଷ ହେବ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି ।

ହଜାର ହଜାର ବିଜେପି କର୍ମୀଙ୍କ ସମେତ ଅନେକ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ରେ ସାମିଲ ହୋଇଛନ୍ତି । ମୋଦୀଙ୍କ କାରକେଡ ଆଗରେ ବିଜେପିର ମହିଳା କର୍ମୀମାନେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ରାଲିରେ ଆଗେଇ ଚାଲିଛନ୍ତି ସେହିପରି ମୋଦୀ ଜିନ୍ଦାବାଦ ନାରାରେ କମ୍ପୁଛି ରାଜଧାନୀର ରାଜରାସ୍ତା ।

PM Modi s roadshow

ସୂଚନାଥାଉ ଯେ, ଶନିବାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ।୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ ।

ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ଓଡ଼ିଶାରେ ନିର୍ବାଚନ ଥିବାରୁ ବିଜେପିର ହେବିୱେଟ୍ ନେତାଙ୍କ ଓଡ଼ିଶା ଗସ୍ତକୁ ସରଗରମ ହୋଇଛି ରାଜନୈତୀକ ମାହୋଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+