ପୁରୀରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ
Pm Modi: ପୁରୀରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ । ସିଂହଦ୍ୱାର ସମ୍ମୁଖରୁ ମେଡିକାଲ ଛକ ପର୍ଯ୍ୟନ୍ତ ହେବ ମୋଦୀଙ୍କ ରୋଡ୍ ଶୋ' । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ତ ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଶ୍ରୀଜିଓଙ୍କ ଦର୍ଶର କରିବା ପରେ ବଡ଼ ଦାଣ୍ତରେ ରୋଡ ଶୋ'ଆରମ୍ଭ କରିଥିଲେ । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଏବଂ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିଦ ପାତ୍ର । ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ'ବେଳେ ଲୋକେ ଉତ୍ସାହିତ ଥିଲେ । ବଡ଼ ଦାଣ୍ତରେ ମୋଦୀ ସମର୍ଥକଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ସେହିପରି ମୋଦିଙ୍କ ରୋଡ ଶୋ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଜି ସାଢ଼େ ୧୧ଟାରେ କଟକରେ ଜନ ସମାବେଶକୁ ଉଦ୍ବୋଧନ ଦେବେ । ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହା ପୂର୍ବରୁ ମେ' ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସେହିପରି ଗତ ଶୁକ୍ରବାର ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରୋଡ୍ ଶୋ' କରିଥିଲେ। ଶନିବାର ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥର ବିଜେପି ଫୋକସରେ ରହିଛି ଓଡ଼ିଶା । ଯେଉଁଥି ପାଇଁ ଲଗାତରା ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।












Click it and Unblock the Notifications