ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଛନ୍ତି । କେବେ ଆସିବେ ଏଯାଏ ତାରିଖ ଆସିନି ବୋଲି ମନମୋହନ କହିଛନ୍ତି ।

narendra modi

ଏନେଇ ପିଏମ ଓ କାର୍ଯ୍ୟାଳୟ ରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସ ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ପ୍ରଧାନମନ୍ତ୍ରୀ ଆସିବା ତାରିଖ ନିର୍ଦ୍ଧାରିତ ହୋଇନାହିଁ ତଥାପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ବୋଲି ସେ କହିଛନ୍ତି ।

ଗତ କିଛିଦିନ ତଳେ ସମ୍ୱଲପୁର ଆସିଥିଲେ ମୋଦି । ପ୍ରଥମେ ଝାରସୁଗୁଡା ଓ ପରେ ସମ୍ୱଲପୁର ଗସ୍ତ କରିଥିଲେ ମୋଦି । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଓଡ଼ିଶା ଆସିଥିଲେ । ଏବେ ପୁଣିଥରେ ମୋଦିଙ୍କ ଗସ୍ତ ନେଇ କହିଛନ୍ତି ମନମୋହନ ସାମଲ ।

ବିଜେପି ଫୋକସରେ ଏବେ ଓଡ଼ିଶା ଥିବା ବେଳେ ଏଥିପାଇଁ ବିଜେପି ନେତାଙ୍କ ଆଗମନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି । ତେବେ ସିଏ କେଉଁଠିକୁ ଯିବେ ବା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ତାହା ଜଣାପଡିନି । କିନ୍ତୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+