କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି; ୧୭୦୦କୋଟିର ରେଳ ପ୍ରକଳ୍ପ ଭେଟି ଦେବେ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ। ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ବୈଠକରେ ଯୋଗଦେବା ପରେ ଅମଲିପାଲିକୁ ଯାଇ ସମୀକ୍ଷା କରିଥିଲେ । ଦଳୀୟ ଅଫିସରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେଠାରୁ ଅମଲିପାଲି ଯାଇଥିଲେ ସିଏମ୍। କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଯୁବ ସମାବେଶକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଭେଟି ଦେବାକୁ ଥିବାବେଳେ ଓଡ଼ିଶାକୁ କେବଳ ୧୭୦୦କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ସଂଯୋଗୀକରଣ ବୃଦ୍ଧି ପାଇବ, ମାଲ୍‌ ପରିବହନ ଓ ଯାତ୍ରୀ ପରିବହନରେ ବଡ଼ଧରଣର ପରିବର୍ତ୍ତନ ଆସିବ।

PM Modi to visit Odisha tomorrow

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ସହର ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ୨୭୩କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଫ୍ଲାଇଓଭର ହେଲେ ସରଲା ଷ୍ଟେସନର ବହୁଦିନର ସମସ୍ୟା ଦୂର ହେବ। ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ ସୁଗମ ଏବଂ ନିରବଚ୍ଛିନ୍ନ ରେଳ ଯାତାୟାତ ସୁନିଶ୍ଚିତ କରାଯାଇପାରିବ। ଏହି ସେକ୍ସନ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ମାଲ୍‌ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ।

ସେହିପରି କୋରାପୁଟ- ବାଇଗୁଡ଼ା ୩୪କିମି ରେଳ ଲାଇନ୍‌ର ଦୋହରୀକରଣ ପାଇଁ ୪୮୧ କୋଟି ଟଙ୍କାର ପ୍ରକଳ୍ପ, ମାନାବାର- କୋରାପୁଟ- ଗୋରାପୁର ୮୨କିମି ରେଳ ଲାଇନ୍‌ର ଦୋହରୀକରଣ ପାଇଁ ୯୫୫କୋଟି ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ବୈଲାଡିଲା ଖଣିରୁ ସାରା ଦେଶର ଇସ୍ପାତ କାରଖାନାକୁ ଲୁହାପଥରର ଦ୍ରୁତ ପରିବହନକୁ ସୁଗମ କରିବାରେ ଲାଭଦାୟକ ପ୍ରମାଣିତ ହେଉଛି। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ବିଶେଷ ଭାବେ ଉପକୃତ ହେବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଏବଂ ଉଧନା (ସୁରତ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରିବ। ଏହି ଅମୃତ ଭାରତ ଏକ୍ସପ୍ରେସ ଓଡ଼ିଶାର ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡ଼ା ଦେଇ ଯାତାୟତ କରିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ବଡ଼ ପଦକ୍ଷେପ ହେବ। ଏହାଦ୍ବାରା ଯାତ୍ରା ସମୟ ହ୍ରାସ ହେବ, ସୁରକ୍ଷା ଏବଂ ସମୟାନୁବର୍ତ୍ତିତା ବୃଦ୍ଧି କରିବ, ଶିଳ୍ପ ସମ୍ପ୍ରସାରଣକୁ ସମର୍ଥନ କରିବ ଏବଂ ଚାଷୀ, ବ୍ୟବସାୟୀ, ଯୁବକ ଏବଂ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+