ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ମୋଦୀ
Lok Sabha Election 2024: ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋମବାର ଦିନ ପ୍ରଧାନମନ୍ତ୍ରୀ ପୁରୀରେ କରିବେ ରୋଡ ଶୋ' । ସିଂହଦ୍ୱର ନିକଟରୁ ମୋଦୀଙ୍କ ରୋଡ ଶୋ'ଆରମ୍ଭ ହୋଇ ଗୁଣ୍ତିଚା ମନ୍ଦିର ନିଟରେ ଶେଷ ହେବ । ମୋଦୀଙ୍କ ରୋଡ ଶୋ'କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସେହିପରି ବଡ଼ଦାଣ୍ତରେ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ଏହି ଗସ୍ତ ସମୟରେ ରାଜ୍ୟ ପାର୍ଟି ଅଫିସରେ ନିର୍ବାଚନକୁ ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋଦୀ । ୨୦ ତାରିଖ ସକାଳେ ପୁରୀରେ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ । ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ସୂଚନା ଥାଉ ଯେ, ଏହା ପୂର୍ବରୁ ମେ' ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସେହିପରି ଗତ ଶୁକ୍ରବାର ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରୋଡ୍ ଶୋ' କରିଥିଲେ। ଶନିବାର ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥର ବିଜେପି ଫୋକସରେ ରହିଛି ଓଡ଼ିଶା । ଯେଉଁଥି ପାଇଁ ଲଗାତରା ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।












Click it and Unblock the Notifications