ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ରହିଥିବା ସୂଚନା

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ରହିଥିବା ସୂଚନା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଥିଲେ । କେବେ ଆସିବେ ଜଣାଇ ନଥିଲେ ।

ଗତ କିଛିଦିନ ତଳେ ସମ୍ୱଲପୁର ଆସିଥିଲେ ମୋଦି । ପ୍ରଥମେ ଝାରସୁଗୁଡା ଓ ପରେ ସମ୍ୱଲପୁର ଗସ୍ତ କରିଥିଲେ ମୋଦି । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଓଡ଼ିଶା ଆସିଥିଲେ । ଏବେ ପୁଣିଥରେ ମୋଦିଙ୍କ ଗସ୍ତ ନେଇ କହିଛନ୍ତି ମନମୋହନ ସାମଲ ।

narendra_modi

ବିଜେପି ଫୋକସରେ ଏବେ ଓଡ଼ିଶା ଥିବା ବେଳେ ଏଥିପାଇଁ ବିଜେପି ନେତାଙ୍କ ଆଗମନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି । ତେବେ ସିଏ କେଉଁଠିକୁ ଯିବେ ବା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ତାହା ଜଣାପଡିନି ।

ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ । ସମ୍ବଲପୁର ଗସ୍ତରେ ଆସି, ସେତେବେଳେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଖାଲି ସେତିକି ନୁହେଁ, ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଥିଲେ ମୋଦୀ । ଆଉ ଏହାର ପ୍ରାୟ ଏକ ମାସ ପରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+