ଆଜି ୮୫,୦୦୦ କୋଟି ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ରେଳବାଇର ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳର ସଂଯୋଗୀକରଣ ପ୍ରକିୟାର ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ 12 ମାର୍ଚ୍ଚ 2024 ମଙ୍ଗଳବାର ଦିନ 85,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେସନରେ ଏକାସାଙ୍ଗରେ 10,000 ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର 764 ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାରେ 274 ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡିକରେ 162 ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, 41 ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ (OSOP) ଷ୍ଟଲ୍, 50 ସୋଲାର୍ ପାୱାର୍ ଷ୍ଟେସନ୍, 5 ଗୁଡସ ଶେଡ୍, 9 ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, 4 ଅଟୋ ସିଗନାଲ୍ ସିଷ୍ଟମ୍, 1 ଟି ଗତି ଶକ୍ତି ଟର୍ମିନାଲ୍, 1 ଟି ଜନ ଔଷଧି କେନ୍ଦ୍ର ଏବଂ 1 ଟି ରେଳ କୋଚ୍ ରେଷ୍ଟୁରାଣ୍ଟ ଅନ୍ତର୍ଭୁକ୍ତ ।

narendra modi

ପ୍ରଧାନମନ୍ତ୍ରୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଓଡିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟନମ ମଧ୍ୟରେ ଚାଲିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଏବଂ ବିଜ଼ୀୟନଗରମ ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ ।

ପ୍ରଧାନମନ୍ତ୍ରୀ 9 ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ |

ଏହି ପ୍ରକଳ୍ପଗୁଡ଼ିକ ହେଉଛି ...

ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି (16.8 କିମି) ସେକ୍ସନ,

କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନ ଯୋଡି-ବାଇଗୁଡା (14.6 କିମି) ସେକ୍ସନ,

ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ୍-ରାୟଗଡା (9.2 କିମି) ସେକ୍ସନ,

କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଲିଗୁଡା-ଆରକୁ-ଗୋରାପୁର (21.6 କିମି) ସେକ୍ସନ,

କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ 47 କୋଟିର କୋଟା-ବୋଡାବରା ରେଳ ସେକ୍ସନ,

ବିଳାସପୁର-ଝାରସୁଗୁଡା 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 550 କୋଟିର ଝାରସୁଗୁଡା-ଜାମାଗା (53 କିମି) ସେକ୍ସନ,

ବଣ୍ଡାମୁଣ୍ଡା-ରାଞ୍ଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡାମୁଣ୍ଡା ସେକ୍ସନ,

ରାଞ୍ଚି-ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ129.95 କୋଟିର ନବଗାଓଁ-ଓରଗା (6.8 କିମି)ସେକ୍ସନ

ନାରାୟଣଗଡ-ଭଦ୍ରକ 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 36.12 କୋଟିର ରାଣୀତାଲ-ରାଣୀତାଲ (L) 4ର୍ଥ ଲାଇନ (3 କିମି) ସେକ୍ସନ |

"ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" (OSOP) ଯୋଜନା ହେଉଛି ଭାରତ ସରକାରଙ୍କ 'ଭୋକାଲ୍ ଫର୍ ଲୋକାଲ୍' ଦର୍ଶନକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ / ସ୍ୱଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବା ଏବଂ ସମାଜର ନିମ୍ନ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବା | ଏହି ଯୋଜନାଟି ଦେଶର ରେଳ ଷ୍ଟେସନରେ ବିକ୍ରୟ ଆଉଟଲେଟ୍ ଯୋଗାଇ ସ୍ଥାନୀୟ କାରିଗର, କୁମ୍ଭାର, ବୁଣାକାର / ହସ୍ତତନ୍ତ ବୁଣାକାର, ଇତ୍ୟାଦିଙ୍କୁ ଜୀବିକା ନିର୍ବାହ ପାଇଁ ବର୍ଦ୍ଧିତ ସୁଯୋଗ ପ୍ରଦାନ କରିବା |

ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀ ଭାରତୀୟ ରେଳର ବିଜି ରୁଟରେ ଅଧିକ ଟ୍ରେନ୍ ଚଲାଇବା ପାଇଁ ଲାଇନ କ୍ଷମତା ବୃଦ୍ଧି କରିବ, ଅଟୋମେଟିକ୍ ବ୍ଲକ୍ ସିଗନାଲିଂ ଏକ ସ୍ୱଳ୍ପ ବ୍ୟୟବହୁଳ ସମାଧାନ | ସମଗ୍ର ଦେଶରେ 31.10.2023 ପର୍ଯ୍ୟନ୍ତ 4,111 ରୁଟ କିମିରେ ସ୍ୱୟଂଚାଳିତ ବ୍ଲକ ସିଗନାଲିଂ (ABS) ପ୍ରଦାନ କରାଯାଇଛି |

ରେଳ କୋଚ ରେଷ୍ଟୁରାଣ୍ଟ ଯାତ୍ରୀମାନଙ୍କୁ ଅନନ୍ୟ ଭୋଜନ ପରିବେଶ ଯୋଗାଇଥାଏ | ଯାତ୍ରୀ ଏବଂ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖିଥାଏ ରେଳ କୋଚ୍ ରେଷ୍ଟୁରାଣ୍ଟ । ଭାରତୀୟ ରେଳବାଇର ଏହି ପଦକ୍ଷେପ ଉଭୟ କୁଶଳୀ ଏବଂ ଅଜ୍ଞ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଗୁଡିକ ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ | ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଏବଂ ଉପଯୋଗୀ ସାମଗ୍ରୀ ଉପଲବ୍ଧ କରାଇବ | ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ |

ସୌର ବିଦ୍ୟୁତ୍ ଷ୍ଟେସନ୍ ଭାରତୀୟ ରେଳର ଟ୍ରାକ୍ସନ୍ ପାୱାର୍ ଆବଶ୍ୟକତାକୁ ପୂରଣ କରିବ ଏବଂ ଏକ ସମ୍ପୂର୍ଣ୍ଣ' ସବୁଜ ପରିବହନ ଧାରା ବିକଶିତ କରିବ ଏବଂ ରିନୁଏବଲ ଏନର୍ଜି ପ୍ରକଳ୍ପ ପାଇଁ ଖାଲି ପଡିଥିବା ରେଳ ଜମିର ସଦୁପଯୋଗ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+