ଫୁଲବାଣୀରେ କଂଗ୍ରେସକୁ ଟାର୍ଗେଟ୍ କଲେ ମୋଦୀ, କହିଲେ ଏଥର କଂଗ୍ରେସ ୫୦ ତଳକୁ ଖସିବ...
PM Modi: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ ପ୍ରଚାର । ୩ ଜିଲ୍ଲା ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗୀରରେ ମୋଦୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ କନ୍ଧମାଳରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମୋଦୀ । ସେହିପରି ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
କଂଗ୍ରେସ ଏଥର ୫୦ରୁ ତଳକୁ ଖିସିଆସିବ
କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି, କଂଗ୍ରେସ ରାଜକୁମାର ମାନେ ବହୁତ ବୟାନବାଜି କରୁଛନ୍ତି । ଦଳର ଅର୍ଥାତ କଂଗ୍ରେସର ୨୦୧୪, ୨୦୧୯ର ନିର୍ବାଚନର ସ୍କ୍ରିପ୍ଟ ସମାନ ଦଳ ସେହି ପୁରୁଣା ସ୍କ୍ରିପ୍ଟକୁ ପଢୁଛି । ସେହିପରି ମୋଦୀ ଦାବି କରିଛନ୍ତି ଏଥର ଏନଡିଏ ୪ଶହ ପାର କରିବ । ଚଳିତ ବର୍ଷ ଏନଡିଏ ପୂର୍ବର ସମସ୍ତ ରେକର୍ଡ ବ୍ରେକ୍ କରିବ । କଂଗ୍ରେସ ମାନ୍ୟ ବିରୋଧୀ ଦଳ ମଧ୍ୟ ହୋଇପାରିବ ନାହିଁ । ଏବଂ କଂଗ୍ରେସ ଏଥର ୫୦ରୁ ତଳକୁ ଖିସିଆସିବା ନିଶ୍ଚିତ ବୋଲି ମୋଦୀ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି , ଆପଣଙ୍କ ଭୋଟ୍ ଏଠାରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଗଠନ କରିବାରେ ସାହାଯ୍ୟ କରିବ । ଏଥର ପ୍ରଥମ ଥର ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ୍ ସରକାର ଗଠନ କରିବା ପାଇଁ ଯାଉଛି । ରାଜ୍ୟ ବିଜେପି ଓଡ଼ିଶା ଭାଷା, ସଂସ୍କୁତି ପ୍ରତି ସମର୍ପିତ । ଏଥର ଓଡ଼ିଶାରେ ଜନ୍ମ ନେଇଥିବା କୌଣସି ପୁଅ ବା ଝିଅ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ସେହିପରି ୧୦ ଜୁନରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେଇଛନ୍ତି ମୋଦୀ ।












Click it and Unblock the Notifications