ସିଙ୍ଗାପୁରରେ ଓଡ଼ିଶାର ପ୍ରଶିକ୍ଷାର୍ଥୀମାନଙ୍କ ସହ କଥା ହେଲେ ପିଏମ୍ ମୋଦି
ସିଙ୍ଗାପୁରରେ ଓଡ଼ିଶାର ପ୍ରଶିକ୍ଷାର୍ଥୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସିଙ୍ଗାପୁର ଗସ୍ତ ଅବସରରେ ଦକ୍ଷତା ବିକାଶ ତାଲିମ୍ ନେଉଥିବା ପ୍ରଶିକ୍ଷାର୍ଥୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ବର୍ତ୍ତମାନ ସିଙ୍ଗାପୁର ଗସ୍ତରେ ଯାଇଥିବା ଓଡ଼ିଶାସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ପ୍ରଶିକ୍ଷାର୍ଥୀଙ୍କ ସହିତ ମୋଦି ମତବିନିମୟ କରିଛନ୍ତି ।
ସିଆଇଆଇ-ଏଣ୍ଟର୍ପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ ରେଡି ଟାଲେଣ୍ଟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭାରତ ଗସ୍ତ କରି ଆସିଥିବା ସିଙ୍ଗାପୁରର ପ୍ରଶିକ୍ଷାର୍ଥୀଙ୍କ ସହ ମଧ୍ୟ ସେ ମତବିନିମୟ କରିଛନ୍ତି । ଏହି ସାକ୍ଷାତ ଏକ ଚମତ୍କାର ଅନୁଭୂତି ଥିଲା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି । ସେହିପରି ସିଙ୍ଗାପୁରର ଏଇଏମ୍ ହୋଲ୍ଡିଂସ୍ରେ କାର୍ଯ୍ୟରତ ଭାରତୀୟ ଇଞ୍ଜିନିୟରମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କ ସହ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଏହାବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ଓ ଔଷଧ, ଶିକ୍ଷା ଓ ଦକ୍ଷତା ବିକାଶ, ଡିଜିଟାଲ ଟେକ୍ନୋଲୋଜି ଏବଂ ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ମଧ୍ୟ ରାଜି ହୋଇଛନ୍ତି, ଯାହା ଭାରତର ଆକ୍ଟ ଇଷ୍ଟ ନୀତିକୁ ଏକ ବଡ଼ ପ୍ରୋତ୍ସାହନ ଦେବ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସିଙ୍ଗାପୁରରେ ହୋଇଥିବା ଆଲୋଚନାରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିଥିଲେ।
ଅର୍ଥନୈତିକ ସମ୍ପର୍କରେ ସୁଦୃଢ଼ ଅଗ୍ରଗତି କୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରବାହକୁ ଆହୁରି ବିସ୍ତାର କରିବାକୁ ଉଭୟ ପକ୍ଷ ଆହ୍ୱାନ ଦେଇଛନ୍ତି।












Click it and Unblock the Notifications