ବିଜେଡି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ନୁହେଁ...
PM Modi: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରତ୍ନ ଭଣ୍ତାରକୁ ନେଇ ଉଠାଇଲେ ପ୍ରଶ୍ନ । ସୋମବାର ଅନୁଗୁଳରେ ଏକ ଜନସଭାକୁ ସମ୍ବୋଧିକ କରି ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦୀ । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ନୁହେଁ । ଗତ ୬ ବର୍ଷ ହେବ ରତ୍ନଭଣ୍ତାର ଚାବିର କୌଣସି ପତ୍ତା ମିଳୁନାହିଁ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ଦାୟୀ । ଯାଞ୍ଚ ରିପୋର୍ଟରେ ଏପରି କଣ ତଥ୍ୟ ରହିଥିଲା, ଯାହାକୁ ବିଜେଡି ସରକାର ସାର୍ବଜନୀନ କରିପାରି ନାହିଁ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଲୋକଙ୍କୁ ଭରସା ଦେଉଛି ଯେ, ରାଜ୍ୟରେ ବିଜେପି ସରକାର ଆସିବା ମାତ୍ରେ ରତ୍ନ ଭଣ୍ତାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ । ସେହପିର ମୋଦୀ ଆହୁରି କହିଛନ୍ତି, ଓଡ଼ିଶାର ବିକାଶ ଓଡ଼ିଆ ମାଟିର ପୁଅ ହିଁ କରିପାରିବ । ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ । ଜୁନ ୧୦ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହେବ ।

ସେ ଆହୁରି କହିଛନ୍ତି, ଏଥର ବିଜେଡି ସରକାର ଯିବା ନିଶ୍ଚିତ । କାରଣ ଦୀର୍ଘ ୨୫ ବର୍ଷ ହେବ ବିଜେଡିକୁ ରାଜ୍ୟବାସୀ ସମୟ ଦେଇ ଆସୁଛନ୍ତି ହେଲେ ରାଜ୍ୟରୁ ଗରୀବି ଦୂରେଇ ଯାଇ ପାରୁ ନାହିଁ । ବର୍ତ୍ତମାନ ଏହି ସରକାର ଯିବା ସମୟ । ରାଜ୍ୟର ଉନ୍ନତି ପାଇଁ ବିଜେପି ସରକାଙ୍କୁ ଭୋଟ ଦେଇ ଚୟନ କରନ୍ତୁ ବୋଲି କହିଛନ୍ତି ମୋଦୀ ।












Click it and Unblock the Notifications