ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ ଦେଇଆସୁଛୁ
ସମ୍ବଲପୁର: ସମ୍ବଲପୁର ଆଇଆଇଏମ୍ରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ତାଙ୍କର ବକ୍ତବ୍ୟ । ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ । ରାଜ୍ୟ ବାସୀଙ୍କ ପାଇଁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ । ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ , ଏଥିରେ ରାଜ୍ୟର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତଟି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ । ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଓଡ଼ିଶାରେ ଦେଢ଼ ଲକ୍ଷ କୋଟି ଟଙ୍କାର ହୋଇଛି ନିବେଶ । ଏହା ସହ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟକୁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି ।
ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି । ଓଡ଼ିଶାରେ ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ପୁରୀ-ସୋନପୁର ଏକ୍ସପ୍ରେସ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ଗଡ଼ିଲା । ସୁବର୍ଣ୍ଣପୁରବାସୀ ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ । ନୂଆ ଖଣି ନିମୟ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଏମର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି। ଏହା ସହ ୬୮ ହଜାର କୋଟି ବ୍ୟୟ ଅଟକଳରେ ପ୍ରାୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦୀ ।












Click it and Unblock the Notifications