ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ସମାବେଶ; କହିଲେ ଏହି ସଂକଳ୍ପ କୃଷକ, ଯୁବକ, ମହିଳା ଓ ଗରିବଙ୍କ ଜୀବନ ପରିବର୍ତ୍ତନ କରିବ
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ଲୋକଙ୍କୁ ସମ୍ବୋଧନ କଲେ ମୋଦି । ଆଜି ବିଜୁ ଜୟନ୍ତୀରେ ଓଡ଼ିଶାରେ ନମନ ସୁଯୋଗ ମିଳିଛି ବୋଲି ମୋଦି କହିଛନ୍ତି ।
ଏତେ ବିଶାଳ ସଂଖ୍ୟା ପୂର୍ବର ମୁଡ୍ ଜଣାଇ ଦେଉଛି ବୋଲି ମୋଦି କହିଛନ୍ତି । ଓଡ଼ିଶାର ସଂକଳ୍ପ କ'ଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦି । ଆଉ କାହା ଆପଣମାନଙ୍କ ଭଲପାଇବା ଦେଖି ମୁଁ ଅଭିଭୂତ । ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି ବୋଲି ସେ କହିଛନ୍ତି ।
ଅବ୍କି ବାର୍ ଚାର୍ଶୋ ପାର୍ ସଂକଳ୍ପ ସ୍ପଷ୍ଟ ହେଉଛି । ଦେଶରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ପୁଣି ଥରେ ହେବ ବୋଲି ମୋଦି କହିଛନ୍ତି । ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ । ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି ।

ଓଡ଼ିଶା ବିକଶିତ ଭାରତର ଗେଟ୍ ୱେ ହେଉ ବୋଲି ମୋଦି କହିଛନ୍ତି ।ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି । ୧୦ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ନିବେଶ ହୋଇଛି ବୋଲି ମୋଦି କହିଛନ୍ତି ।
ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା କଂଗ୍ରେସ । ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ, ଚାଷୀଙ୍କୁ ଶସ୍ତାରେ କେମିତି ଦେବ ।
ଗରିବ ଲୋକ ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା । ଛାତ୍ର, କୃଷକ କିଛି ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା । ୨୦୧୪ ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା । ଯିଏ ଗ୍ୟାରେଣ୍ଟି ମାଗିଲା, ତା'ର ଗ୍ୟାରେଣ୍ଟି ମୋଦି ନେଲା, ଜନଧନ ଖାତା ଖୋଲିଲୁ, ମୋଦି ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା ବୋଲି ସେ କହିଛନ୍ତି।
ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ । ଆଜି ବିଶ୍ୱାସ ଜନ୍ମିଛି, ମୋଦି ଗରିବଙ୍କ ସାଥିରେ ଅଛି । ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି । ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମିଳୁଛି । ପିଏମ୍ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି।
ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ବାସ୍ତବତା ପାଲଟିଛି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦିର ଆରମ୍ଭ ହୁଏ । ଏହା ହିଁ ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ ।
ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ବୋଲି ସେ କହିଛନ୍ତି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବାକୁ ସେ କହିଛନ୍ତି। ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ବଳକା ବିଜୁଳି ବିକି ଉପଭୋକ୍ତା ଲାଭବାନ ହୋଇପାରିବେ ବୋଲି ମୋଦୀ କହିଛନ୍ତି ।
ଏହା ପୂର୍ବରୁ ଓଡ଼ିଶାକୁ 20 ହଜାର କୋଟିର ପ୍ରକଳ୍ପ ଭେଟି ଦେଇଥିଲେ ମୋଦୀ । 'ଜୟ ଜଗନ୍ନାଥ' କହି ନିଜର ଉଦବୋଧନ ଆରମ୍ଭ କରିଥିଲେ ମୋଦୀ । ଆଜି ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରି ମୋଦୀ କହିଛନ୍ତି ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ । ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ । ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି । ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି । ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍ ସମୟରେ ସରୁନଥିଲା । ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦେଉଛି । ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା । ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ । ଓଡ଼ିଶା ରେଳ ବଜେଟ ପ୍ରାୟ 12 ଗୁଣା ବଢ଼ାଇଛୁ ବୋଲି କହିଛନ୍ତ ମୋଦୀ ।
20 ହଜାର କୋଟି ପ୍ରକଳ୍ପରେ ରହିଛି କଣ...
ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର 8 ଥାକିଆ ରାସ୍ତାର ଶିଳାନ୍ୟାସ
ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ
ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ
ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ 344 କିମି ପାଇପ୍ ଲାଇନର ଉଦଘାଟନ
162 କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣର ଉଦଘାଟନ
କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେନରୁ ଶୁଭାରମ୍ଭ
କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ
ଏହି ମାର୍ଗରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ
ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ












Click it and Unblock the Notifications