ଋଷରେ ଶୁଭିଲା 'ଜୟ ଜଗନ୍ନାଥ'; କାନ୍ଧରେ ପକାଇଥିବା ଓଡ଼ିଶା ସ୍କ୍ରାପ ପକାଇଥିବାର ଦେଖାଇଲେ ମୋଦି
ଋଷରେ ଶୁଭିଲା 'ଜୟ ଜଗନ୍ନାଥ' । ମୋଦି ବଖାଣିଲେ ବିକାଶର ଗାଥା । ମସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ଓଡ଼ିଶା ଏଥର ବିପ୍ଳବ ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୋଦି କାନ୍ଧରେ ପକାଇଥିବା ଓଡ଼ିଶା ସ୍କ୍ରାପ ମଧ୍ୟ ଦେଖାଇଥିଲେ । ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି ବୋଲି ମୋଦି କହିଥିଲେ । ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି ।
ମୋଦି ଆହୁରି କହିଛନ୍ତି ଯେ, ଆଜି ଭାରତ ଜି-୨୦ ପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିପାରୁଛି । ଯେତେବେଳେ ଭାରତ ବିମାନ ବନ୍ଦର ସଂଖ୍ୟାକୁ ଦ୍ୱିଗୁଣିତ କରେ, ସେତେବେଳେ ବିଶ୍ୱ କହେ ଭାରତ ପ୍ରକୃତରେ ପରିବର୍ତ୍ତନ ହେଉଛି ।

ଭାରତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଭାରତର ଶକ୍ତିକୁ ବିଶ୍ୱ ହୃଦୟଙ୍ଗମ କରୁଛି ବୋଲି ମୋଦି କହିଛନ୍ତି । ଆଜି ଡିଜିଟାଲ ପେମେଣ୍ଟରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି, ଆଜିର ଭାରତ ସୂର୍ଯ୍ୟ ମିଶନରେ ସଫଳ ହେଉଛି, ଭାରତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରୁଛି, ବିଶ୍ୱର ସର୍ବବୃହତ ଷ୍ଟାଚ୍ୟୁ ମଧ୍ୟ ନିର୍ମାଣ କରୁଛି ।
ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ 'ସର୍ ପର ଲାଲ ଟୋପି ରୁଷି...ଫିର୍ ବି ଦିଲ୍ ହୈ ହିନ୍ଦୁସ୍ତାନୀ' ଗୀତ ମଧ୍ୟ ଗାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ସହଭାଗିତାକୁ ମଜଭୁତ କରିବାରେ ସେ ବହୁତ ଭଲ କାମ କରିଛନ୍ତି। ମୁଁ ଗତ ୧୦ ବର୍ଷ ମଧ୍ୟରେ ଷଷ୍ଠ ଥର ପାଇଁ ରୁଷିଆକୁ ଆସିଛି ଏବଂ ଏହି ବର୍ଷ ମଧ୍ୟରେ ଆମେ ୧୭ ଥର ପରସ୍ପରକୁ ଭେଟିଛୁ।
ଭାରତ ବଦଳୁଛି କାରଣ ଏହାର ୧୪୦ କୋଟି ନାଗରିକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍ ବିଜୟ ଉପରେ ଆଲୋଚନା କରିଛନ୍ତି । ତୃତୀୟ ପାଳିରେ କେନ୍ଦ୍ର ସରକାର କଣ ଲକ୍ଷ୍ୟ ରଖିଛନ୍ତି ତାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ମୋଦି ।












Click it and Unblock the Notifications