Get Updates
Get notified of breaking news, exclusive insights, and must-see stories!

Mann Ki Baat ରେ କେନ୍ଦ୍ରାପଡ଼ାର କମଳା ମହାରଣା

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍‌ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍‌ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି ।

Kalama Maharana in Mann Ki Baat

ନୂଆଦିଲ୍ଲୀ: 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । 'ଆବର୍ଜନାରୁ ସମ୍ପଦ' ହେଉଛି 'ସ୍ବଚ୍ଛ ଭାରତ ଅଭିଯାନ' ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ୨୫ ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏମିତି କହିଛନ୍ତି । କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍‌ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍‌ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଶଂସାରେ କହି‌ଲେ ଯେ, ଏହି ସଙ୍ଗଠନର ମହିଳାମାନେ 'କ୍ଷୀର ପାଉଚ୍‌' ଏବଂ ଅନ୍ୟାନ୍ୟ 'ପ୍ଲାଷ୍ଟିକ୍‌ ପ୍ୟାକେଜିଙ୍ଗ୍‌' ସାମଗ୍ରୀରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍‌ ଷ୍ଟାଣ୍ଡ୍‌ ଭଳି ଅନେକ ଜିନିଷ ତିଆରି କରୁଛନ୍ତି । ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରିଛି । ଆମେ ଯଦି ଶପଥ କରିବା, ପରିଚ୍ଛନ୍ନ ଭାରତ ପାଇଁ ଆମେ ବଡ଼ ଅବଦାନ ଦେଇପାରିବା। ପ୍ଲାଷ୍ଟିକ୍‌ ବ୍ୟାଗ୍‌ ସ୍ଥାନରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା । ଆପଣମାନେ ଜାଣିପାରିବେ ଯେ, ଆପଣଙ୍କ ପ୍ରତିଜ୍ଞା କିଭଳି ଆପଣମାନଙ୍କୁ ଆତ୍ମ ସନ୍ତୋଷ ଦେବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରୁଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆପଣମାନେ ଆପଣଙ୍କ ମନର କ୍ଷମତା ଜାଣନ୍ତି । ସେହିଭଳି, ସମାଜର କ୍ଷମତା ସହିତ କେମିତି ଦେଶର କ୍ଷମତା ବୃଦ୍ଧି ପାଏ 'ମନ୍‌ କୀ ବାତ୍‌'ର ବିଭିନ୍ନ ସଂସ୍କରଣରେ ଆମେ ଦେଖିଛନ୍ତି, ବୁଝିଛନ୍ତି ଓ ହୃଦୟଙ୍ଗମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+