ମନ୍‌ କି ବାତରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ର ୯୯ତମ ସଂସ୍କରଣରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା କରିଛନ୍ତି। ଆଇୟୁପିଏସି ୨୦୨୩ ପୁରସ୍କାର ପାଇଥିବା ଦେଶର ପ୍ରଥମ ମହିଳା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତର ଯେଉଁ ସାମର୍ଥ୍ୟବାନ ସ୍ୱରୂପ ନୂଆ ଭାବରେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଦ୍ଭାସିତ ହେବାରେ ଲାଗିଛି, ତହିଁରେ ବହୁତ ବଡ଼ ଭୂମିକା ନାରୀଶକ୍ତିର ହିଁ ରହିଛି । ଏତେ ସମୟ ଭିତରେ ଏଇମିତି ଅନେକ ଉଦାହରଣ ଆମ ସାମ୍ନାରେ ଉପସ୍ଥିତ ହୋଇସାରିଛି । କେମିକାଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ 'ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌'ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି 'ଆଇୟୁପିଏସି' ବିଶେଷ ପୁରସ୍କାର ପାଇଛନ୍ତି। ଏହା ଦେଶ ପାଇଁ ଗୌରବର ବିଷୟ।

ସେ ଆହୁରି କହିଛନ୍ତି, ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍‌ସାଲ୍‌ବେସ୍‌ ପ୍ରାମାଣିକ ଚଳଚ୍ଚିତ୍ର 'ଦି ଏଲିଫ୍ୟାଣ୍ଟ୍‌ ହ୍ବିସ୍‌ପରର୍ସ' ପାଇଁ ଓସ୍କାର୍‌ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ସୁରେଖା ଯାଦବଙ୍କ କଥା ମଧ୍ୟ ଉଲ୍ଲେଖ କରି ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+