ନଭେମ୍ବର ୧୫ ଜନଜାତି ଗୌରବ ଦିବସ ଅବସରରେ ଓଡ଼ିଶା ଆସିବେ ମୋଦି: ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା କରିବେ ଶୁଭାରମ୍ଭ
ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବେ ମୋଦି ।ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ।
ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ କରିବେ। ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟରରେ ରାଉରକେଲା ଯିବେ ପ୍ରଧାନମନ୍ତ୍ରୀ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ। ସେହିଦିନ ସେ ନିଜ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଗତ ଜୁନ ୧୨ ତାରିଖ ଦିନ ଓଡ଼ିଶା ଆସିଥିଲେ। ମୋହନ ମାଝୀ ଓ ତାଙ୍କର କ୍ୟାବିନେଟ ପାଇଁ ଭୁବନେଶ୍ବରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶ୍ରୀ ମୋଦୀ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହୋଇଥିଲା।












Click it and Unblock the Notifications