ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଭେଟି ଦେବେ ମୋଦି, ପିଏମ ଜନମନ ଯୋଜନାରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ମୋଦୀ ୨ ଅକ୍ଟୋବର ୨୦୨୪ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେ ଝାଡ଼ଖଣ୍ଡର ହଜାରୀବାଗରେ ଅପରାହ୍ଣ ୨ଟା ବେଳେ ୮୩,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଶୁଭାରମ୍ଭ କରିବେ । ଦେଶରେ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୭୯,୧୫୦ କୋଟି ଟଙ୍କାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଯାନ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଜିଲ୍ଲା ଏବଂ ୨୭୪୦ ବ୍ଲକର ୬୩ ହଜାର ଗ୍ରାମରେ ଥିବା ୫ କୋଟିରୁ ଅଧିକ ଜନଜାତି ଲୋକଙ୍କୁ ଫାଇଦା ଦେବ । ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୧୭ଟି ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ସାମାଜିକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଅଦି କ୍ଷେତ୍ରରେ ଥିବା ଦୁର୍ବଳତା ଦୂର କରିବାକୁ ୨୫ଟି ଯୋଜନା କାର୍ଯ୍ୟକାରୀ କରିବେ ।

ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେବଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି ।

PM modi gift to odisha

ଜନଜାତି ସମୁଦାୟର ଶିକ୍ଷାଗତ ଢାଞ୍ଚାରେ ବିକାଶ ଆଣିବାକୁ ପ୍ରଧାନମନ୍ତ୍ରୀ ୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ (ଇଏମଆର)କୁ ଉଦଘାଟନ କରିବେ ଏବଂ ୨୮୦୦ କୋଟି ଟଙ୍କାରେ ହେବାକୂୁ ଥିବା ୨୫ଟି ସ୍କୁଲର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ୧୩୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁଡ଼ିଏ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ୧୩୮୦ କିଲୋମିଟରର ରାସ୍ତା, ୧୨୦ଟି ଅଙ୍ଗନବାଡ଼ି, ୨୫୦ଟି ବହୁମୁଖୀ କେନ୍ଦ୍ର ଏବଂ ୧୦ଟି ସ୍କୁଲ ଛାତ୍ରାବାସ । ଏଥିସହ ସେ ପିଏମ୍‌-ଜନମନ ଅଧୀନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହାକି ବିକାଶର ମାଇଲଖୁଣ୍ଟ । ଏହା ମଧ୍ୟରେ ରହିଛି ୩ ହଜାର ଗ୍ରାମରେ ବିଶେଷ ଭାବେ କମ୍‌ଜୋର ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ୭୫,୮୦୦ରୁ ଅଧିକ ଘରର ବିଦ୍ୟୁତୀକରଣ, ୨୭୫ଟି ମୋବାଇଲ ମେଡିକାଲ ୟୁନିଟର ଶୁଭାରମ୍ଭ, ୫୦୦ ଅଙ୍ଗନାବାଡ଼ି କେନ୍ଦ୍ରର ଉଦଘାଟନ, ୨୫୦ଟି ବନ ଧନ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଏବ ୫୫୫୦ ପିଭିଟିଜି ଗ୍ରାମକୁ 'ନଲସେ ଜଲ' ଯୋଜନାରେ ଜଳଯୋଗାଣ ଯୋଜନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+