ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ
Bande Bharat Express: ଓଡ଼ିଶାରେ ଗଡି଼ଲା ଆଉ ୨ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ମୋଦି ଆଜି ରବିବାର ଦିନ ଝାଡ଼ଖଣ୍ତ-ଟାଟାରୁ ଭିଡିଓ କନଫରେନ୍ସିଂରେ ଜରିଆରେ ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଦେଶରେ ମୋଟ ୬ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଗୋଟିଏ ଟାଟାନଗର-ବ୍ରହ୍ମପୁର ଓ ଅନ୍ୟଟି ରାଉରକେଲା-ହାୱଡା ମଧ୍ୟ ଚଳାଚଳ କରିବ ।

ସୂଚନାଥାଉ ଯେ, ଏହି ଛଅଟି ନୂଆ ଟ୍ରେନ ଟାଟା ନଗର-ପାଟଣା, ବ୍ରହ୍ମପୁର ଟାଟା ନଗର, ରାଉରକେଲା-ହାୱଡା, ଦେବଘର-ବାରଣାସୀ, ଭାଗଲପୁର-ହାୱଡା ଏବଂ ଗୟା-ହାୱଡା ମଧ୍ୟରେ ଚାଲିବ। ଆସନ୍ତା ୧୭ ତାରିଖରେ ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନର ଶୁଭାରମ୍ଭ କରିବେ। ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରଣହି କରି ବିଶାଖାପାଟଣାରେ ପହଞ୍ଚିବ।
ତେବେ ଏହି ଟ୍ରେନ ଗଡ଼ିବା ଦ୍ୱାରା ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ାର ଲୋକେ ସୁବିଧା ପାଇବେ। ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ରହଣି କରିବ।
ସୂଚନାଯୋଗ୍ୟ, ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ 'ଘର ମଞ୍ଜୁରୀ ପତ୍ର', ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ 'ଆବାସ+ ୨୦୨୪'ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି












Click it and Unblock the Notifications