କନ୍ଧମାଳ କଫି ଓ ହଳଦୀ କିଣିଲେ ମୋଦି, ଆଦିବାସୀ ମହୋତ୍ସବରେ ଚାଷୀଙ୍କ ସହ କଲେ ଆଲୋଚନା
କନ୍ଧମାଳ କଫି ଓ ହଳଦୀ କିଣିଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀଠାରେ ଆୟୋଜିତ ଆଦିବାସୀ ମହୋତ୍ସବରେ ଓଡିଶାର କନ୍ଧମାଳରୁ ଲାଗିଥିବା ଏକ ଷ୍ଟଲ୍ ପରିଦର୍ଶନ କରିଥିଲେ ମୋଦି ।

ନୂଆଦିଲ୍ଲୀ: କନ୍ଧମାଳ କଫି ଓ ହଳଦୀ କିଣିଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀଠାରେ ଆୟୋଜିତ ଆଦିବାସୀ ମହୋତ୍ସବରେ ଓଡିଶାର କନ୍ଧମାଳରୁ ଲାଗିଥିବା ଏକ ଷ୍ଟଲ୍ ପରିଦର୍ଶନ କରିଥିଲେ ମୋଦି । ସେଠାରେ ସେ ଚାଷୀଙ୍କ ସହ ଆଲୋଚନା କରିବା ସହ ଦାରିଙ୍ଗବାଡିରେ ହେଉଥିବା ପାରମ୍ପରିକ ଚାଷ ବିଷୟରେ ପଚାରି ବୁଝିଥିଲେ । ବିଶେଷ କରି ଜିଆଇ ଟ୍ୟାଗ୍ ପାଇଥିବା କାନ୍ଧମାଳ ହଳଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଡରିଙ୍ଗବାଡି FPCL ସହ ଆଲୋଚନା କରିଥିଲେ ।
ଗତ ଫେବୃଆରୀ 16 ରେ ପ୍ରଧାନମନ୍ତ୍ରୀ ଏହି ଉତ୍ସବର ଉଦଘାଟନ କରିଥିଲେ । ଯାହାକି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେସନ୍ ଲିମିଟେଡ୍ (TRIFED) ଦ୍ବାରା ଆୟୋଜିତ ହେଉଛି । ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଦେଶର ବିଭିନ୍ନ ସ୍ଥାନରୁ ଆଦିବାସୀ ମାନଙ୍କର ସମୃଦ୍ଧ ତଥା ବିବିଧ ଐତିହ୍ୟ ପ୍ରଦର୍ଶନ କରୁଥିବା 200 ରୁ ଅଧିକ ଷ୍ଟଲ୍ ନିର୍ମାଣ କରାଯାଇଛି ।
ଫେବୃଆରୀ 27 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ 1000 ଆଦିବାସୀ ଚାଷୀ ଅଂଶଗ୍ରହଣ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ସ୍ଥିତ ଜାତୀୟ ପୁରସ୍କାର ବିଜେତା କଳାକାରଙ୍କ ଜନ୍ମରୁ କୃଷ୍ଣଙ୍କ ଯାତ୍ରାର ଖଜୁରୀ ପତ୍ର ଚିତ୍ର ସହିତ ଅନେକ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା।












Click it and Unblock the Notifications