ଭୁବନେଶ୍ୱର ଏମ୍ସର ବିରଳ ଅସ୍ତ୍ରୋପଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ଏମ୍ସ ଭୁବନେଶ୍ବରରେ ଜଣେ 37 ବର୍ଷୀୟ ମହିଳାଙ୍କ ଶରୀରରେ କରାଯାଇଥିବା ବିରଳ ଅସ୍ତ୍ରୋପଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେଡିକାଲ ଜଗତରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ କୌଶଳ ଆମକୁ ଗର୍ବିତ କରିଛି ।

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଜଣେ 37 ବର୍ଷୀୟ ମହିଳାଙ୍କ ଶରୀରରେ କରାଯାଇଥିବା ବିରଳ ଅସ୍ତ୍ରୋପଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେଡିକାଲ ଜଗତରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ କୌଶଳ ଆମକୁ ଗର୍ବିତ କରିଛି ।
ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ପୂର୍ବ ଭାରତରେ ଓଡ଼ିଶାର ଏମ୍ସ ଉନ୍ନତମାନର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ରହୁଥିଲେ । ସ୍ୱାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ଆରମ୍ଭ କରିଥିଲେ । ସେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ସହ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁ ନଥିଲେ । ଯନ୍ତ୍ରଣା ବଢ଼ିବାରୁ ସେ ଏମ୍ସର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠି(ହିପ୍)ର ପ୍ରତିରୋପଣ ଆବଶ୍ୟକ ଥିବା ଅସ୍ଥିଶଲ୍ୟ ଡାକ୍ତରମାନେ କହିଥିଲେ।
ଏମ୍ସରେ ପରୀକ୍ଷାନୀରିକ୍ଷା ପରେ ଦୁଇ ଆଣ୍ଠୁ ଓ ଦୁଇ ହିପର ପ୍ରତିରୋପଣ ଏକାଠି କରାଯିବାର ଆବଶ୍ୟକ ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ । ଏମ୍ସ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଏବଂ ଡାକ୍ତର ମଂଟୁ ଜୈନଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣ କରିଛନ୍ତି । ଅତ୍ୟନ୍ତ ସତର୍କତାର ସହ ପ୍ରଥମେ ଡାକ୍ତରୀ ଦଳ ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଛନ୍ତି । ପରେ ଯନ୍ତ୍ରଣା କମିବା ସହ ତୃତୀୟ ଦିନରେ ମହିଳା ଜଣକ ଚାଲିବା ଆରମ୍ଭ କରିଥିଲେ ।
ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା। ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଓ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍ସ ଭୁବନେଶ୍ୱରର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଓ ଡାକ୍ତର ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ଶେଷ କରିଛନ୍ତି ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications