ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା: କେଭି ସିଂହଦେଓ

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା।

KV Singhdeo

ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। । ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ସାମିଲ ବ୍ୟବସ୍ଥା ସୂଚନା ମୁତାବକ, ସିଏମ୍ କିଷାନ ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨ ହଜାର ଲେଖାଏଁ ଟଙ୍କା ବର୍ଷକୁ ଦୁଇଟି ଗକିସ୍ତାରେ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ପ୍ରତ୍ୟେକ ଭୂମିହୀନ କୃଷି ପରିବାରକୁ ସମୁଦାୟ ତିନୋଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ । ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ ଅଭିଯୋଗ ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଖୁବଶୀଘ୍ର କାର୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ।

ଅନ୍ୟପଟେ ପିଏମ୍ କିଷାନ ଯୋଜନାର ନିୟମାବଳୀ ଅନୁଯାୟୀ ଚାଷୀମାନେ ଯୋଗ୍ୟ ବିବେଚିତ ହେବେ । ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯଇବ । ଏନେଇ ବାଲେଶ୍ୱର ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ୍ ଯୋଜନା । ଆଉ ଏହି ଯୋଜନାରେ ଲାଭବାନ ହେଇପାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂହ ଦେଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+