PM Kisan: ଓଡ଼ିଶାରେ ପ୍ରକୃତ ପିଏମ୍ କିଷାନ୍ ହିତାଧିକାରୀଙ୍କ ସଂଖ୍ୟା କେତେ ?
PM Kisan: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ପ୍ରକାଶ ପାଇଛି । ଆଜି ଦେଶର ୮.୫ କୋଟି ଚାଷୀଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ୨୦୦୦ ଟଙ୍କା ସିଧାସଳଖ ଦେଶର ୮.୫ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି । ଏହି ୧୪ ତମ କିସ୍ତି ମାଧ୍ୟମରେ ୧୭,୦୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରାଯାଇଛି ।

ତେବେ ଓଡ଼ିଶାରେ ପିଏମ୍ କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ? କେତେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳୁଛି ସହାୟତା ? ସ୍କିମ୍ ଆରମ୍ଭ ସମୟରେ ଓଡ଼ିଶାର ୯ ଲକ୍ଷ ୭୩ ହଜାର ୮୬୦ ଚାଷୀଙ୍କୁ ସହାୟତା ମିଳିଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଏହି ସଂଖ୍ୟ ବଢିଲା । ପୁଣି କମିଲା । ଆଉ ଏକାଦଶ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ୩୩ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଲା । ତାପରେ ପୁଣି କମି ପ୍ରାୟ ୨୩ ଲକ୍ଷକୁ ଆସିଲା ସଂଖ୍ୟା । ସଂଖ୍ୟାରେ କାହିଁକି ରହୁନି ତାଳମେଳ ? ଯାହାକୁ ନେଇ ତେଜିଛି ରାଜନୀତି ।
ଆପଣଙ୍କ ଆକାଉଣ୍ଟରେ ଆସି ନାହିଁ କି ପିଏମ କିଷାନ ଟଙ୍କା ?
ଯଦି ପିଏମ କିଷାନ ଟଙ୍କା ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଆସିନାହିଁ । ତେବେ ଆପଣଙ୍କୁ କେବଳ ଗୋଟିଏ ନମ୍ବରକୁ କଲ କରିବାକୁ ପଡିବ । ଟଙ୍କା ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। ଆପଣ 011-23381092 ନମ୍ବରକୁ କଲ୍ କରନ୍ତୁ । ନଚେତ୍ ପିଏମ୍ କିଷାନ୍ ଟୋଲ୍ ଫ୍ରି ନମ୍ବର 18001155266 କିମ୍ବା ପିଏମ୍ କିଷାନ୍ ହେଲ୍ପଲାଇନ ନମ୍ବର 155261କୁ କଲ୍ କରନ୍ତୁ । ସେପଟେ ପିଏମ୍ କିଷାନ ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି ।












Click it and Unblock the Notifications