ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା, ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ
PM Kisan Yojana: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ସୋମବାର ଦିନ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧିର ୧୯ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। କେନ୍ଦ୍ର ସରକାର ଏହି କିସ୍ତି ପାଇଁ ପ୍ରାୟ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି ।
ସେହିପରି ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୪୭ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କୃଷି ସଚିବ ପାଢ଼ୀ । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କୃଷି ବିଭାଗ ପକ୍ଷରୁ ଚାଷିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ ଗତ ଥର ଅପେକ୍ଷା ଏଥର ପ୍ରାୟ ୩ ଲକ୍ଷ ୪୩ ହଜାର ୪୪୭ ଚାଷୀଙ୍କ ସଂଖ୍ୟା ବୃଦ୍ଧି କରିଥିବା ନେଇ ସୂଚନା ରହିଛି ।

ତେବେ ଯେଉଁ ମାନେ ବର୍ତ୍ତମାନ କିସ୍ତି ପାଇବାରୁ ବଞ୍ଚିତ ରହିଛନ୍ତି ସେମାନେ ପୋର୍ଟାଲରେ ଆବେଦନ କରି ପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ପାଢ଼ୀ ।












Click it and Unblock the Notifications