କୋରାପୁଟକୁ ପିଏମ ଆଓ୍ବାର୍ଡ: ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ
ସିଭିଲ ସର୍ଭିସ ଡେ' ଅବସରରେ କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ ଆୱାର୍ଡ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭାସନଙ୍କୁ ପ୍ରଧାନମନ୍ତ୍ରୀ ଆୱାର୍ଡ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ୭୧୦ଟି ଜିଲ୍ଲା ମଧ୍ୟରୁ ମାତ୍ରା ୫ ଜିଲ୍ଲା ଏହି ଆୱାର୍ଡ ପାଇବା ପାଇଁ ବିବେଚିତ ହୋଇଥିଲା । ଏହି ୫ଟି ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନ ମିଳିଥିବାରୁ କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

୧୮ ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୧ଟି କେନ୍ଦ୍ରୀୟ ଯୋଜନା ସଫଳତାର ସହ ହିତାଧିକାରୀଙ୍କ ନିକଟରେ ପଞ୍ଚାଇଥିବାରୁ କୋରାପୁଟକୁ ଏହି ପୁରସ୍କାର ପାଇଁ ବିବେଚିତ କରାଯାଇଥିଲା । ସମୟ ସମୟ କେନ୍ଦ୍ରୀୟ ଟିମ୍ କୋରାପୁଟ ଆସି ଅନୁଧ୍ୟାନ କରିଥିଲେ ଏବଂ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲ୍ଲା ଯୋଗ୍ୟ ବିବେଚିତ ହୋଇଛି ।












Click it and Unblock the Notifications