ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ ; କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ
ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରକାଶ ପାଇଛି ।
ଯୁକ୍ତ ଦୁଇ ରେଜଲ୍ଟ: ପାସ୍ ହାର୍ ୮୨.୭୭ ପ୍ରତିଶତ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର୍ ଅଧିକ। ଝିଅଙ୍କ ପାସ୍ ହାର୍ ୮୭.୨୪%, ପୁଅଙ୍କ ପାସ୍ ହାର୍ ୭୭.୮୮% । ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ। ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ।
ଭୁବନେଶ୍ବର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ ବୋର୍ଡର ଓ୍ବେବ ସାଇଟ https://results.odisha.gov.in/ ନଚେତ https://results.digilocker.gov.in/ ରେ ପରୀକ୍ଷା ଫଳ ଦେଖି୍ପାରିବେ । କିମ୍ବା ଡିଜି ଲକରରେ ଫଳାଫଳ ଦେଖି ପାରିବେ ।

ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ
https://results.odisha.gov.in/ , https://results.digilocker.gov.in/ ପରୀକ୍ଷା ଫଳ ଦେଖିବେ ଛାତ୍ରଛାତ୍ରୀ
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୨୯ ହଜାର ୬୦୪ ଜଣ ରହିଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଚଳିତ ଥର ଯୁକ୍ତ ଦୁଇରେ ୪୨୯ ଜଣ କପି କରି ଧରା ପଡ଼ିଥିଲେ । ସେମାନଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କାଉନସେଲିଂ କରାଯିବା ସହ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ଯେଉଁଥିରୁ ଜଣାପଡିଲା ଯେ ୩୭୨ ଜଣ କପି କରି ନାହାଁନ୍ତି । ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ହେଲେ ବାକି ୫୭ ଜଣ କପି କରିଛନ୍ତି ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ପରୀକ୍ଷା ଫଳାଫଳ ଘୋଷଣାର ଏକ ଘଣ୍ଟା ପରେ ଯେଉଁ ଛାତ୍ରଛାତ୍ରୀ ମାନେ ଗୋଟିଏ ବିଷୟରେ ଫେଲ କିମ୍ବା ପରୀକ୍ଷା ଦେଇନାହାନ୍ତି ଓ ଏମପି ଛାତ୍ରଛାତ୍ରୀ ମାନେ SAMS-e-space ରୁ ସେମାନଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇ ପାରିବେ । ଯାହାକି 2025 ମସିହା ତତ୍କାଳ ପରୀକ୍ଷା ର ଫର୍ମ ଫିଲଅପ ପାଇଁ ସହାୟକ ହେବ ।












Click it and Unblock the Notifications