For Quick Alerts
For Daily Alerts
ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା, 50 ପ୍ରତିଶତ ଆସିବ ମଲ୍ଟିପୁଲ ଚଏସ ପ୍ରଶ୍ନ
ଭୁବନେଶ୍ବର: ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା । ନୂଆ ଢାଞ୍ଚାରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର । ୫୦ ପ୍ରତିଶତ ରହିବ ମଲ୍ଟିପୁଲ ଚଏସ ବେସ୍ ପ୍ରଶ୍ନ । ପ୍ରତି ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ୨ କିମ୍ବା ୩ ମାର୍କ ସମ୍ବୋଳିତ ପ୍ରଶ୍ନ ବିଶିଷ୍ଟ ହେବ ୩୦ ମାର୍କ ପ୍ରଶ୍ନ ବିଭାଗ । ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ୨୦ ମାର୍କ ରହିବ । ତେବେ ଚଳିତ ବର୍ଷ ଏମିତି କିଛି ଢାଞ୍ଚାର ପ୍ରଶ୍ନପତ୍ର ସହ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏହି ପ୍ରଶ୍ନପତ୍ର ୨୦୧୬ ମସିହା କିମ୍ବା ପରେ ପଞ୍ଜୀକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହ୍ରାସ ହୋଇଥିବା ସିଲାବସରୁ ଆସିବ । ପୁରୁଣା ସିଲାବସ୍ ଅଧିନରେ ଆସୁଥିବା ପରୀକ୍ଷାର୍ଥୀ ମାନେ, ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା ବା ତା ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି, ସେମାନେ ପୂର୍ବବର୍ଷ ପରି ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ ।
plus two multiple choice minister for schools and mass education sameer dash plus two question paper pattern plus two question paper
English summary
Plus Two question paper Pattern will change by CHSE
Story first published: Monday, January 25, 2021, 16:35 [IST]


Click it and Unblock the Notifications