ଯୁକ୍ତ ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ।
ଆସନ୍ତା ୧୨ ତାରିଖରେ ଆବେଦନ ଶେଷ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିବେ।
୨୦ ତାରିଖରେ ଆଡମିଟ୍ କାର୍ଡ ମିଳିବ। ଆସନ୍ତା ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଜୁଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଇନ୍ଷ୍ଟାଣ୍ଟ ପରୀକ୍ଷାରେ ପ୍ରାୟ ୧୫ଶହ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

ଏହି ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଗତ ୧ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହୋଇଥିବାବେଳେ ପରିଷଦ ଦ୍ୱିତୀୟ ସୁଯୋଗ ଦେଇଥିଲା । ଯେଉଁ ଛାତ୍ରୀଛାତ୍ର ଏଗ୍ରିଗେଟ୍ ମାର୍କ ରଖି ସମସ୍ତ ବିଷୟରେ ପାସ୍ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିବେ ସେମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବେ ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ କଳାରେ ପାସ୍ ହାର ୮୦.୯୫%, ବିଜ୍ଞାନର ପାସ୍ ହାର ୮୬.୯୩%, ବାଣିଜ୍ୟର ପାସ୍ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୮.୦୨ ପ୍ରତିଶତ ରହିଛି । ଏହି ୪ ବିଷୟରେ ପରୀକ୍ଷାର ଫଳ www.orissaresults.nic.inରେ ଉପଲବ୍ଧ କରାଯାଇଥିବା ନେଇ ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି ।
କଳାରେ ମୋଟ ୨,୩୫,୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୯୦,୪୨୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୭୫,୯୧୩ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୧,୩୦,୭୭୧ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୭.୫୬ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୭୨.୬୮ ପ୍ରତିଶତ।
ବିଜ୍ଞାନରେ ମୋଟ ୧,୧୫,୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୦୦,୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୫୨,୫୬୭ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୮,୧୯୦ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୬.୨୧ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୭.୭୪ ପ୍ରତିଶତ।












Click it and Unblock the Notifications