ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ। ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପାଇଁ ୨୨ ଦିନ ଲାଗିବ। ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜାରି ରହିବ।

ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇଇ ଅଧ୍ୟକ୍ଷ । ପରୀକ୍ଷାକୁ ସ୍ୱଚ୍ଛତାର କରିବା ପାଇଁ ଦୁଇ ୟୁନିଟରେ ସ୍କ୍ୱାଡ କାମ କରିବେ । ସମସ୍ତ ୨୧୦ଟି ହବରେ ଏଆଇ କ୍ୟାମେରା ରହିବ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପ୍ରଦାନ କରାଯିବ । ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା ।ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବ କାଷ୍ଟ ବ୍ୟବସ୍ଥା ହେବ । ୪୦ ଦିନରେ ରେଜଲ୍ଟ ବାହାରିବ । କପି ରୋକିବାକୁ ଏଆଇ ସହାୟତା ନିଆଯିବ ।












Click it and Unblock the Notifications