ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ଏହା ସହିତ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏହା ସହିତ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ କୋଭିଡର ବଢୁଥିବା ସଂକ୍ରମଣକୁ ନଜରରେ ରଖି ପରୀକ୍ଷା କେନ୍ଦ୍ରରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଏକ ମାସ ଧରି ପରୀକ୍ଷା ଜାରି ରହିବ । ଥିଓରି ପରୀକ୍ଷା ଆରମ୍ଭ ହେବାର ମାସେ ପୂର୍ବରୁ ଅର୍ଥାତ୍ ଫେବୃଆରି ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷୀ ଆରମ୍ଭ ହୋଇଯିବ । ଏକ ସପ୍ତାହ ଧରି ପ୍ରାକ୍ଟିକାଲ ପରୀକ୍ଷା ଜାରି ରହିବ । ତେବେ କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି ସେନେଇ ଖୁବ ଶୀଘ୍ର ସୂଚନା ଜାରି କରାଯିବ ।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିବ । ସେହିପରି ଆସନ୍ତା ମାସ ୩୦ ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସିସିଟିଭି କ୍ୟାମେରାଗୁଡିକୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ରୁମ୍, ହଲ୍ ଏବଂ ଲାବରୋଟରିରେ ସିସିଟିଭି ଲଗାଇବା ପାଇଁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications