Plus Two Exam: ଫେବ୍ରୁଆରୀ ୧୮ରୁ +୨ ପରୀକ୍ଷା, କେଉଁ ଦିନ କେଉଁ ବିଷୟ ଜାଣନ୍ତୁ

+୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା।
କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା। ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା। ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ।

Plus Two Exam

୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।

୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ଅଛି। ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ, ମାର୍ଚ୍ଚ ୧୦ରେ ଅଲ୍‌ ଅଦର ଏମ୍‌ଆଇଏଲ୍‌ସ, ୧୭ରେ ଗଣିତ, ମାର୍ଚ୍ଚ ୨୧ରେ କଂପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା ଅଛି। ୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଥିବା ବେଳେ ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

୨୫ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ପରୀକ୍ଷା ହେବ। ମାର୍ଚ୍ଚ ୪ରେ କଳା ପିଲାଙ୍କର ଇତିହାସ ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ପରୀକ୍ଷା ହେବ। ମାର୍ଚ୍ଚ ୮ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ରାଜନୀତି ବିଜ୍ଞାନ ପରୀକ୍ଷା ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ମ୍ୟାଥ୍‌ମେଟିକ୍ସ ଓ ଷ୍ଟାଟିଷ୍ଟିକ୍ସ ପରୀକ୍ଷା ହେବ।

୧୦ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କ ଅଲ୍‌ ଅଦର ଏମ୍‌ଆଇଏଲ୍‌ (ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ବା ଅଲ୍‌ଟରନେଟିଭ୍ ଇଂରାଜୀ) ପରୀକ୍ଷା ହେବ। ୧୭ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା ଥିବା ବେଳେ ୧୯ ତାରିଖରେ ଭୂଗୋଳ, ୨୦ରେ ଅର୍ଥନୀତି, ୨୨ରେ ସାଇକୋଲୋଜି ଓ ଏଜୁକେସନ ପରୀକ୍ଷା ଅଛି। ୨୪ ତାରିଖରେ କଳା ପିଲାଙ୍କର ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ଓ ୨୭ରେ ଲଜିକ୍‌ ପରୀକ୍ଷା ଅଛି।

ସେହିପରି ୨୦ ତାରିଖରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର Cost Accounting, Business Economics, Fundamental Of Management Accounting ଓ Computer Application ଆଦି ପରୀକ୍ଷା ଅଛି। ୨୧ ତାରିଖରେ କଳା,ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୀ Information Techonology ପରୀକ୍ଷା ଅଛି। ମାର୍ଚ୍ଚ ୨୭ରେ ବାଣିଜ୍ୟ ପିଲାଙ୍କର Accountancy ପରୀକ୍ଷା ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+