ମେ’ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ପେପର ?

ଘୋଷଣା ହୋଇଯାଇଛି ଚଳିତ ଶିକ୍ଷା ବର୍ଷ ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଭୁବନେଶ୍ୱର: ଘୋଷଣା ହୋଇଯାଇଛି ଚଳିତ ଶିକ୍ଷା ବର୍ଷ ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ।

 plus two exam

ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ମେ' ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ସରିବ। ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ। ତା ସହିତ ମେ' ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରେଜଲ୍ଟ କେବେ ପ୍ରକାଶ ହେବ ସେନେଇ ଏପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଚଳିତବର୍ଷ ବିଜ୍ଞାନ ବିଭାଗରେ ଇଂରାଜୀ ବଦଳରେ ଫିଜିକ୍ସ ପରୀକ୍ଷା ପ୍ରଥମେ ହେବ । ଏହାପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା ଗଣଶିକ୍ଷା ବିଭାଗ । କରୋନାର ପ୍ରକୋପ କମିବା ମାତ୍ରେ +୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଥିଲା ।ତେବେ ଏସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆଜି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+