Plus Two Exam: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା, ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଥିଓରୀ ପରୀକ୍ଷା
ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE । ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ଏ ନେଇ ସୂଚନା ଦେଇଛନ୍ତି। । ସେ ସୂଚନା ଦେଇ କହିଛନ୍ତି ଯେ, ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ ପରୀକ୍ଷା । ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ। ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା।

ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ। ଫର୍ମ ଫିଲଅପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ। 75% ଉପସ୍ଥାନ ନ ଥିଲେ ଆଡମିଟ କାର୍ଡ ମିଳିବନି। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତ।












Click it and Unblock the Notifications