Get Updates
Get notified of breaking news, exclusive insights, and must-see stories!

ଫେବ୍ରୁଆରୀ ୧୫ରୁ +2 ପରୀକ୍ଷା ! ଡିସେମ୍ବର ୨୫ରୁ ଜାନୁଆରୀ ୧୫ ଯାଏଁ ପ୍ରାକ୍ଟିକାଲ

ଫେବ୍ରୁଆରୀ ୧୫ରୁ +2 ପରୀକ୍ଷା ! ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଡିସେମ୍ବର ୨୫ରୁ ଜାନୁଆରୀ ୧୫ ଯାଏଁ ପ୍ରାକ୍ଟିକାଲ ।

plus two exam

ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ । ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ୨୦୨୫ ଯୁକ୍ତ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା । କିନ୍ତୁ ବର୍ତ୍ତମାନ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ନାମଲେଖା ଶେଷ ହୋଇ ନ ଥିବାରୁ ଓକାକ ମନା କରିଦେଇଥିଲା । ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି ।

ସେପଟେ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍ । ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ। ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ । ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ । ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+