Plus Two Exam: ୧୮ରୁ +୨ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ, ଅକ୍ଟୋବର ୧ ଯାଏଁ ବିନା ଜରିମାନା
ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନରେ ପଢ଼ୁଥିବା ପିଲାଙ୍କ ପାଇଁ ବଡ଼ ଖବର। ୧୮ ତାରିଖରୁ +୨ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମଫିଲଅପ୍ ଚାଲିବ। ଅକ୍ଟୋବର ୪ ତାରିଖରୁ ୧୪ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡିବ ।
ନଭେମ୍ବର ୧୧ରୁ ୧୮ ଭିତରେ କଲେ ୬୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି। ତେବେ ନିର୍ଦ୍ଧାରିତ ସମୟ ୧୮ ତାରିଖରୁ ଅକ୍ଟୋବର ୧ ଭିତରେ ଫର୍ମ ପୂରଣ କଲେ କୌଣସି ଜରିମାନା ଦେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଫେବୃଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା! ଫେବୃଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଡିସେମ୍ବର ୨୫ରୁ ଜାନୁଆରୀ ୧୫ ଯାଏଁ ପ୍ରାକ୍ଟିକାଲ ଶେଷ ହେବ। ସେପଟେ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ୧୦ ମାର୍କ ବିଶିଷ୍ଟ ପ୍ରଶ୍ନ। ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।
ପରୀକ୍ଷା ସ୍ୱଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍, ଏକଜାମ୍ ହଲ୍ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ବି ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶ ଅନୁପାଳନ ନ କରିବେ ସେଠି ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ନିଷ୍ପତ୍ତି ହୋଇଛି।












Click it and Unblock the Notifications