Plus Two Exam: ୧୮ରୁ +୨ ପରୀକ୍ଷା : ପରୀକ୍ଷା ଦେବେ ୩,୯୩,୬୧୮ ଛାତ୍ରଛାତ୍ରୀ, ୧୨ରୁ ହବ୍‌କୁ ଯିବ ପ୍ରଶ୍ନପତ୍ର

ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍‌ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ।

ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତାଦେଖା ବହୁ ବିଳମ୍ବ ହୋଇଥାଏ। ତେଣୁ ପ୍ରଥମଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବା ପାଇଁ ପରିଷଦ ପ୍ରସ୍ତୁତି କରିଛି। ପୂର୍ବରୁ ୨୭ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେଉଥିବା ବେଳେ ଏହାକୁ ୬୩କୁ ବଢ଼ାଯାଇଛି। ଫଳରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ଏକାବେଳେ ଏବଂ ରେକର୍ଡ ସମୟରେ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Plus Two Exam

ଚଳିତ ବର୍ଷ ମୋଟ୍‌ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ୍‌ ୩ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ଫର୍ମ ପୂରଣ କରିଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ ଜଣ ଫର୍ମ ପୂରଣ କରିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ ଜଣ ପିଲା ରହିଛନ୍ତି। ପରୀକ୍ଷା ସୁପରିଚାଳନା ପାଇଁ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବାକୁ ପରିଷଦ ପ୍ରାଥମିକତା ଦେଇଛି। ଉପାନ୍ତ ତଥା ଦୂର ଜିଲ୍ଲାଗୁଡ଼ିକରେ ଥିବା ହବ୍‌କୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ୱତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ପରିଷଦ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷା କେନ୍ଦ୍ରରେ କେତେ ସଂଖ୍ୟକ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+