Plus Three Admission: ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ, ରେଭେନ୍ସା ବିଶ୍ବବିଦ୍ୟାଳୟ ସର୍ବାଧିକ କଟ୍ଅଫ୍
Plus Three Admission: ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ । ସର୍ବାଧିକ କଟ୍ଅଫ୍ ସହ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ । ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍ଅଫ୍ । ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭% ।
ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍ଅଫ୍ ମାର୍କ ।
ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି' ଜମା କରିବା ସହ ନାମଲେଖାଇ ପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ୨୨ ତାରିଖରେ ପ୍ରକାଶ ପାଇବ।
ଏହି ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୨୫ ତାରିଖ ମଧ୍ୟରେ ଫି' ଜମା କରି ନାମଲେଖାଇ ପାରିବେ। ସେହିପରି ଜୁଲାଇ୧ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଓ ଚୟନ ହୋଇଥିବା ଛାତ୍ରୀଛାତ୍ର ୪ ତାରିଖ ସୁଦ୍ଧା ନାମଲେଖା ଫି' ଜମା ସହ ନାମଲେଖାଇବେ। ଏହାପରେ ବଳକା ସିଟ୍ରେ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ଆବେଦନ ହେବ। ଏ
ଥିପାଇଁ ପିଲାମାନେ ଜୁଲାଇ ୭ରୁ ୧୦ ତାରିଖ ମଧ୍ୟରେ ଅନ୍ଲାଇନ୍ ଆବେଦନ କରିବେ। ୧୨ ତାରିଖରେ ଇ-ସ୍ପେସ୍ରେ ମେଧା ତାଲିକା ପ୍ରକାଶ ପାଇବ ଓ ୧୩ ତାରିଖରେ ଚୟନ ହୋଇଥିବା ଉଚ୍ଚଶିକ୍ଷାନୁଷ୍ଠାନର ନୋଟିସ୍ ବୋର୍ଡରେ ତାଲିକା ପ୍ରକାଶ ପାଇବ। ସେମାନେ ୧୪ରେ ନାମଲେଖା ଫି' ଜମା କରିବା ସହ ୧୫ରେ ନାମଲେଖାଇବେ।

ଜୁଲାଇ ୧୦ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ଆଗ୍ରହୀ ଥିଲେ ଛାତ୍ରୀଛାତ୍ରମାନେ ଫ୍ରିଜ୍ ଅପସନ୍ ଦେବେ। ଅନ୍ୟଥା ସ୍ଲାଇଡ୍ ବା ଫ୍ଲଟ୍ ଅପସନ୍ ଦେଇପାରିବେ। ଫ୍ରିଜ୍ ଅପସନ୍ ଦେଇଥିବା ଛାତ୍ରୀଛାତ୍ର କଲେଜକୁ ଯାଇ ନାମଲେଖାଇବେ। ସ୍ଲାଇଡ୍ ବା ଫ୍ଲଟ୍ ଅପସନ୍ ଦେଲେ କଲେଜକୁ ନ ଯାଇ କେବଳ ଅନ୍ଲାଇନ୍ରେ ଫି' ଜମା କରିବେ।












Click it and Unblock the Notifications