ପୁଣି ବଢ଼ିଲା ପ୍ଲସ ଥ୍ରୀ ଆଡମିସନ ଆବେଦନ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କଲେଜ ଓ ସିଟ୍ ?
ଶିକ୍ଷାବର୍ଷ ୨୦୨୫- ୨୬ ପାଇଁ ସ୍ନାତକ ପାଠ୍ଯକ୍ରମର ନାମଲେଖା ଅବଧି ବୃଦ୍ଧି କରାଯାଇଛି।+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏ ଫର୍ମ ଦାଖଲ କରିପାରିବେ।
ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୂର୍ବରୁ ଦାବି କରିଥିଲେ। ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।
ଛାତ୍ର ଏକାଡେମିକ୍ ପରିଚାଳନା ପ୍ରଣାଳୀ- SAMS ଅଧୀନରେ ଆସୁଥିବା ରାଜ୍ଯର ସମସ୍ତ ବିଶ୍ୱବିଦ୍ୟାଳୟ (U.G. ପାଠ୍ୟକ୍ରମ ପ୍ରଦାନ କରୁଥିବା), ଯୁକ୍ତ ତିନି ଡିଗ୍ରୀ କଲେଜ, ସ୍ଵୟଂଶାସିତ ମହାବିଦ୍ୟାଳୟ, ସେଲଫ୍ ଫାଇନାନସିଂ କୋର୍ସ ଓ ସଂସ୍କୃତ (ଶାସ୍ତ୍ରୀ) ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏହା ଲାଗୁ ହେବ। ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା ଆବେଦନ ଫର୍ମ ପୂରଣ ପ୍ରକିୟାର ଅବଧିକୁ ବୃଦ୍ଧି କରାଯାଇଛି।

କେଉଁ ଜିଲ୍ଲାରେ ଯୁକ୍ତ ତିନିରେ କେତେ କଲେଜ ଓ କେତେ ସିଟ୍:-
ସାମ୍ସ ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି ୧୦୫୪ । କଲେଜରେ ସିଟ୍ ସଂଖ୍ୟା ରହିଛି ୨ ଲକ୍ଷ ୭୬ ହଜାର ୫୬୯ । ଆଜି ସୁଧା ଯୁକ୍ତ ତିନିରେ ଆବେଦନ ହୋଇଛି ୨ ଲକ୍ଷ ୫୯ ହଜାର ୬୦୦। ରାଜ୍ୟରେ ଥିବା ପସନ୍ଦର କଲେଜ ଗୁଡିକର ସିଟ୍ ସଂଖ୍ୟା କେତେ ଓ ପୂର୍ବ ବର୍ଷ କେତେ ରହିଥିଲା କଟ୍ ଅଫ୍ ମାର୍କ ଆସନ୍ତୁ ଜାଣିବା।
ଅନୁଗୁଳରେ ମୋଟ୍ ୨୭ଟି କଲେଜରେ କଳାରେ ୩,୪୯୬ ସିଟ୍ ରହିଥିବା ବେଳେ ଫିଜିକାଲ ସାଇନ୍ସ ରେ ୧୫୦୦ ଓ ବାୟୋଲୋଜିକାଲ ସାଇନସରେ ୮୫୪ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୪୮୦, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୬୦, ସଂସ୍କୃତ ବିଭାଗରେ ୬୪ ସିଟ୍ ରହିଛି। ଏହିପରି ଭାବେ ମୋଟ୍ ସିଟ୍ ରହିଛି ୬,୪୫୪।
କଟକରେ ୬୯ଟି କଲେଜ ରହିଥିବା ବେଳେ କଳାରେ ୧୦,୮୩୨ ସିଟ୍ ରହିଛି। ସେହିପରି ଫିଜିକାଲ ସାଇନ୍ସ ରେ ୪,୨୦୨ ଓ ବାୟୋଲୋଜିକାଲ ସାଇନସରେ ୨,୩୫୨ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୩,୨୬୪, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୧,୧୮୦ ସିଟ୍ ରହିଥିବା ବେଳେ ସଂସ୍କୃତ ବିଭାଗରେ ୩୫୨ ସିଟ୍ ରହିଛି। ଏହିପରି ଭାବେ କଟକ ଜିଲ୍ଲାରେ ମୋଟ୍ ସିଟ୍ ରହିଛି ୨୨,୧୮୨।
ଖୋର୍ଦ୍ଧାରେ ୭୨ଟି କଲେଜ ରହିଛି। ଯେଉଁଥିରେ କଳାରେ ୯,୨୪୦ ସିଟ୍ ରହିଥିବା ବେଳେ ଫିଜିକାଲ ସାଇନ୍ସରେ ୪,୩୬୭ ଓ ବାୟୋଲୋଜିକାଲ ସାଇନସରେ ୨,୩୯୮ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୩,୮୩୬, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୧,୬୬୪, ସଂସ୍କୃତ ବିଭାଗରେ ୪୪୮ ସିଟ୍ ରହିଛି। ଏହିପରି ଭାବେ ଜିଲ୍ଲାରେ ମୋଟ୍ ସିଟ୍ ରହିଛି ୨୧,୯୫୩।
ଗଞ୍ଜାମରେ ମୋଟ୍ ୬୮ଟି କଲେଜ ରହିଛି। ଯେଉଁଥିରେ କଳାରେ ୧୩,୦୬୪ ସିଟ୍ ରହିଥିବା ବେଳେ ଫିଜିକାଲ ସାଇନ୍ସ ରେ ୪,୦୪୮ ଓ ବାୟୋଲୋଜିକାଲ ସାଇନସରେ ୨,୮୦୦ଟି ସିଟ୍ ରହିଛି। ସେହିପରି ବାଣିଜ୍ୟରେ ୩,୧୬୮, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୬୪, ସଂସ୍କୃତ ବିଭାଗରେ ୨୫୬ ସିଟ୍ ରହିଛି। ଏହିପରି ଭାବେ ଜିଲ୍ଲାରେ ମୋଟ୍ ସିଟ୍ ରହିଛି ୨୩,୪୦୦।
ବାଲେଶ୍ଵରରେ ୭୦ଟି କଲେଜ ରହିଥିବା ବେଳେ କଳାରେ ୮,୦୪୨ ସିଟ୍, ଫିଜିକାଲ ସାଇନ୍ସରେ ୨,୭୧୮, ବାୟୋଲୋଜିକାଲ ସାଇନସରେ ୧,୭୦୮ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୧,୫୩୬, ସେଲଫ୍ ଫାଇନାନସିଂ କୋର୍ସରେ ୧୫୬, ସଂସ୍କୃତ ବିଭାଗରେ ୧,୪୬୮ଟି ସିଟ୍ ରହିଛି। ଏହିପରି ମୋଟ୍ ସିଟ୍ ରହିଛି ୧୫,୬୨୮।
ଯାଜପୁରରେ ୬୨ଟି କଲେଜ ରହିଥିବା ବେଳେ କଳାରେ ୮,୨୪୮ ସିଟ୍, ଫିଜିକାଲ ସାଇନ୍ସରେ ୨,୫୩୨ ଓ ବାୟୋଲୋଜିକାଲ ସାଇନସରେ ୧,୪୯୨ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୨,୧୨୮, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୩୦ ଓ ସଂସ୍କୃତ ବିଭାଗରେ ୧,୦୧୪ଟି ସିଟ୍ ରହିଛି। ଏହିପରି ମୋଟ୍ ସିଟ୍ ରହିଛି ୧୫,୪୫୪।
କେନ୍ଦ୍ରପଡା ଜିଲ୍ଲାରେ ୫୫ଟି କଲେଜ ରହିଥିବା ବେଳେ କଳାରେ ୫,୮୫୬ ସିଟ୍ ରହିଛି। ସେହିପରି ଫିଜିକାଲ ସାଇନ୍ସରେ ୧,୬୩୨ ଓ ବାୟୋଲୋଜିକାଲ ସାଇନସରେ ୯୧୨ ସିଟ୍ ରହିଛି। ଏହାବାଦ୍ ବାଣିଜ୍ୟରେ ୧,୭୬୦, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୬୨, ସଂସ୍କୃତ ବିଭାଗରେ ୧,୪୦୮ ସିଟ୍ ରହିଛି। ଏହିପରି ମୋଟ୍ ସିଟ୍ ରହିଛି ୧୧,୬୩୦।
ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ଗଲେ ରାଜ୍ୟରେ ରହିଥିବା ମୋଟ୍ ୧,୦୫୪ ଉଚ୍ଚ ଶିକ୍ଷାନୁଷ୍ଠାନରେ କଳାରେ ୧୫,୪୮୬୮ ସିଟ୍ ରହିଥିବା ବେଳେ ଫିଜିକାଲ ସାଇନ୍ସ ରେ ୪୪,୪୯୩ ଓ ବାୟୋଲୋଜିକାଲ ସାଇନସରେ ୨୭,୯୮୪ ସିଟ୍ ରହିଛି। ସେହିପରି ଭାବେ ବାଣିଜ୍ୟରେ ୩୨,୦୧୮, ସେଲଫ୍ ଫାଇନାନସିଂ କୋର୍ସ ପାଇଁ ୫,୦୨୪, ସଂସ୍କୃତ ବିଭାଗରେ ୯,୨୨୨ ସିଟ୍ ରହିଛି। ଏହିପରି ମୋଟ୍ ସିଟ୍ ରହିଛି ୨,୭୩,୬୦୯।












Click it and Unblock the Notifications